ରଡ଼ ବୋଝେଇ ଟ୍ରଲରକୁ ଧକ୍କା ଦେଲା ଟ୍ରକ : ଡ୍ରାଇଭର ହେଲପର ମୃତ
1/07/2019 at 9:44 AM

ଯାଜପୁର ୧/୭ : ଯାଜପୁର ଜିଲ୍ଲା ବଡଚଣା ଥାନା ବନ୍ଦାଳ ନିକଟ ୧୬ ନମ୍ବର ଜାତୀୟ ରାଜପଥ ହାଟକରନ୍ଦା ନିକଟରେ ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ଆଜି ଭୋର ୫ଟା ସମୟରେ ରାସ୍ତା କଡରେ ଛିଡା ହୋଇଥିବା ରଡ଼ ବୋଝେଇ ଟ୍ରଲରକୁ ପଛରୁ ଏକ ଟ୍ରକ ଧକ୍କା ଦେଇଥିଲା । ଘଟଣାସ୍ଥଳରେ କଣ୍ଟେନର ଡ୍ରାଇଭର ଓ ହେଲପରର ମୃତ୍ୟୁ ଘଟିଛି । ମୃତ ଡ୍ରାଇଭର ଓ ହେଲପର ତାମିଲନାଡୁ ଧରମପୁରୀ ଅଞ୍ଚଳର ବୋଲି ଜଣାପଡିଛି । ଘଟଣାସ୍ଥଳରେ ବଡଚଣା ପୋଲିସର ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
