ତପ୍ତପାଣି ନିକଟରେ ଗଛରେ ପିଟି ହୋଇ ଓଲଟିଲା ଟ୍ରକ; ୨ ଜଣ ଗୁରୁତର
24/09/2018 at 11:57 AM

ବ୍ରହ୍ମପୁର ୨୪/୯ : ସାନଖେମୁଣ୍ଡି ତପ୍ତପାଣି ନିକଟ ବେଲଗଡ ଘାଟି ଟର୍ଣ୍ଣିଂରେ ଗଛରେ ପିଟି ହୋଇ ଓଲଟିଲା ଟ୍ରକ । ଦୁର୍ଘଟଣାରେ ୨ ଜଣ ଗୁରୁତର ହୋଇଛନ୍ତି । ତାଙ୍କୁ ସ୍ଥାନୀୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟ ଜଣେ ଯୁବକ ଟ୍ରକ କ୍ୟାବିନ ତଳେ ଫଶି ହୋଇ ରହିଛନ୍ତି । ଘଟଣାସ୍ଥଳରେ ପାଟପୁର ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ତାଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ପିଡିଆ ସାର ନେଇ ଟ୍ରକଟି ଗଜପତିରୁ ବ୍ରହ୍ମପୁର ଆସୁଥିବା ବେଳେ ଦୁର୍ଘଟଣା ହୋଇଛି ।
Related Posts
ଘଡଘଡି ସହ ବର୍ଷା, ୧୬ ଜିଲ୍ଲାକୁ ଆଲର୍ଟ କଲେ ପାଣିପାଗ ବିଭାଗ
18 April 2021