ସୋରୋରେ ସ୍କୁଟି ଉପରେ ଚଢ଼ିଗଲା ଟ୍ରକ ; ସ୍କୁଟି ଆରୋହୀ ମୃତ

Published By : Prameya-News7 Bureau | August 31, 2018 IST

ସୋରୋ ୩୧/୮ : ବାଲେଶ୍ବର ଜିଲ୍ଲା ସୋର ୧୬ ନଂ ଜାତୀୟରାଜପଥ ବାରିକପୁର ଠାରେ ଦୁର୍ଘଟଣା ଘଟିଛି | ସ୍କୁଟି ଉପରେ ଚଢ଼ିଗଲା ଟ୍ରକ | ଘଟଣାସ୍ଥଳରେ ସ୍କୁଟିଆରୋହୀଙ୍କ ମୃତ୍ୟୁ ହୋଇଛି | ତେବେ ମୃତକଙ୍କ ପରିଚୟ ଏଯାଏଁ ମିଳିପାରିନାହିଁ | ଦୁର୍ଘଟଣା ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ଦେଖା ଦେଇଥିଲା | ଦୁର୍ଘଟଣାକୁ ନେଇ ଉତ୍ୟକ୍ତ ଲୋକେ ରାସ୍ତାରୋକ କରିଛନ୍ତି | ଘଟଣାସ୍ଥଳରେ ସୋରୋ ପୋଲିସ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.