Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

କେନ୍ଦ୍ରାପଡା : ରାସ୍ତା କଡରେ ବାଇକ ରଖି ଠିଆ ହୋଇଥିବା ବାପା ଝିଅଙ୍କ ଉପରେ ମାଡ଼ିଗଲା ଟ୍ରକ, ଅଳ୍ପକେ ବର୍ତ୍ତିଗଲେ ମା’ ପୁଅ, ଘଟଣାସ୍ଥଳରେ ଉତ୍ତେଜନା

29/03/2019 at 7:46 PM

କେନ୍ଦ୍ରାପଡା ୨୯/୩ : ମୃତ୍ୟୁ ବି ଏଭଳି ଆସେ | ରାସ୍ତା କଡରେ ବାଇକ ରଖି ମା ପୁଅ ପରିସ୍ରା କରିବା ପାଇଁ ଯାଇଥିବା ବେଳେ ବାପ ଝିଅଙ୍କ ଉପରେ ମାଡ଼ିଗଲା ଟ୍ରକ | ଘଟଣା ସ୍ଥଳରେ ବାପ ଝିଅଙ୍କ ମୃତ୍ୟୁ ଘଟିଛି | କେନ୍ଦ୍ରାପଡ଼ା ୫ ନମ୍ଵର୍ ଜାତୀୟ ରାଜପଥର କଜଳ ଗଡା ଠାରେ ଘଟିଛି ଏହି ଦୁର୍ଘଟଣା | ମୃତ ବାପ ଝିଅ ହେଉଛନ୍ତି କଟକ ଜିଲା ନେମାଳ ଥାନା ଅନ୍ତର୍ଗତ ଓରତି ଗ୍ରାମର ସୁଶାନ୍ତ ନାୟକ ଏବଂ ତାଙ୍କ ୪ ବର୍ଷର ଝିଅ ନନ୍ଦିନୀ | ବାପା ଝିଅଙ୍କ ଉପରକୁ ମାଡ଼ିଯିବା ପରେ ଟ୍ରକଟି ଓଲଟି ପଡିଥିଲା | ଟ୍ରକ ଡ୍ରାଇଭର ପ୍ରଚୁର ମଦ ପିଇଥିବା ଜଣାପଡିଛି | ପୋଲିସ ଟ୍ରକ ଡ୍ରାଇଭରକୁ ଅଟକ ରଖିଛି |

ଉଭୟଙ୍କ ମୃତଦେହକୁ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି | ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତୀ ଯାଇଥିବା ମା ପୁଅଙ୍କୁ ତାଙ୍କ ପରିବାରଙ୍କୁ ହସ୍ତାନ୍ତର କରିବା ପାଇଁ ପୋଲିସ ପଦକ୍ଷେପ ନେଉଥିବା ଜଣାପଡିଛି | ଏହି ପରିବାରଟି ତାଙ୍କ ବନ୍ଧୁ ଘରକୁ ଯାଇ ଫେରିବାବେଳେ ଏହି ଦୁର୍ଘଟଣା ଘଟିଥିଲା | ଘଟଣା ପରେ ସମ୍ପୃକ୍ତ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା | ସ୍ଥାନୀୟ ଲୋକମାନେ ରାସ୍ତା ଅବରୋଧ କରିଥିଲେ | ଉତ୍ତେଜିତ ଲୋକ ରାସ୍ତା ଉପରେ ପୋଡାଜଳା କରିଥିଲେ | ଘଟଣାସ୍ଥଳରେ ପୋଲିସ ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିଥିଲା | ଫଳରେ ରାସ୍ତାରୋକ ହଟି ଯାଇଥିଲା |

   Related Posts