କାର୍‌କୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ୩ ଯାତ୍ରୀ

Published By : Prameya-News7 Bureau | March 03, 2020 IST

ଭଦ୍ରକ ୩।୩: କାରକୁ ପିଟିଲା ଟ୍ରକ୍ । ଅଳ୍ପକେ ବର୍ତ୍ତିଲେ ୩ ଯାତ୍ରୀ । ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ବାରିକପୁର ନିକଟରେ ଦୁର୍ଘଟଣା ଘଟିଛି । କାରଟି ଭଦ୍ରକରୁ ଭୁବନେଶ୍ବର ଅଭିମୁଖେ ଯାଉଥିବା ବେଳେ ଟ୍ରକଟି ସାଇଡରୁ ଧକ୍କା ଦେଇଥିବା ସୂଚନା ମିଳିଛି । ଟ୍ରକଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।

{"id":232051,"sizeSlug":"large"}

କାରରେ ୩ ଜଣ ଯାତ୍ରୀ ଥିଲେ । ଜଣେ ଆହତ ହୋଇଥିବା ବେଳେ ଅନ୍ୟ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.