ମୂଖିଗୁଡାରୁ ଭୁବନେଶ୍ୱର ଆସୁଥିବା ବସକୁ ପଛପଟୁ ଧକ୍କା ଦେଲା ଟ୍ରକ; ଘଟଣାସ୍ଥଳରେ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ

Published By : Prameya-News7 Bureau | December 30, 2018 IST

ନୟାଗଡ ୩୦/୧୨ : ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ସୁବଳୟ ନିକଟରେ ଦୁର୍ଘଟଣା ଘଟିଛି | ଯାତ୍ରୀବାହୀ ବସକୁ ପଛପଟୁ ପିଟିଲା ଟ୍ରକ | ଦୁର୍ଘଟଣାରେ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି | ଆଜି ଭୋରରୁ ଏହି ଦୁର୍ଘଟଣା ଘଟିଛି | ରାଜ୍ୟରେ ପ୍ରବଳ ଶୀତ ଜାରି ରହିଥିବାବେଳେ ସକାଳୁ ସକାଳୁ ଘନ କୁହୁଡିର ଆସ୍ତରଣରେ ରାସ୍ତା ଘଟ ଦେଖା ଯାଉନାହିଁ | ଘନ କୁହୁଡି ଯୋଗୁଁ ବସ ଦେଖାଯାଉନଥିଲା |

{"id":68657}

ଫଳରେ ଟ୍ରକ ପଛପଟୁ ବସକୁ ଧକ୍କା ଦେଇଥିଲା | କଳାହାଣ୍ଡି ଜିଲ୍ଲା ମୂଖିଗୁଡା ଅଂଚଳରୁ ମାଣିକେଶ୍ବରୀ ନାମକ ବସଟି ଭୁବନେଶ୍ୱର ଆସୁଥିଲା | ଟ୍ରକଟି ପାରିବ ବୋଝେଇ ଭୁବନେଶ୍ୱର ଆସୁଥିଲା | ଟ୍ରକଟି ଦ୍ରୁତ ଗତିରେ ଆସୁଥିବା ସ୍ଥାନୀୟ ଲୋକେ କହିଛନ୍ତି | ରାସ୍ତା ଦେଖା ଯାଉନଥିବା ଯୋଗୁଁ ଟ୍ରକଟି ବସକୁ ଧକ୍କା ଦେଇଥିଲା | ଘଟଣାସ୍ଥଳରେ ହିଁ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା | ଟ୍ରକଟି ଛତିଶଗଡ଼ ଅଂଚଳର ବୋଲି ଜଣାପଡିଛି | ତେବେ ଟ୍ରକ ଡ୍ରାଇଭର ମଧ୍ୟ ଛତିଶଗଡ଼ ଅଂଚଳର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି | ତେବେ ଦୁର୍ଘଟଣାରେ ବସ ଯାତ୍ରୀଙ୍କର କାହାର କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି | ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରି ତଦନ୍ତ କରୁଛି |

{"id":68658}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.