ରୋଗୀ ନେଇ ଯାଉଥିବା ବୋଲେରୋକୁ ଧକା ଦେଲା ଟ୍ରକ: ଟ୍ରକ ଡ୍ରାଇଭର ମୃତ, ୬ଗୁରୁତର

Published By : Prameya-News7 Bureau | January 06, 2019 IST

ବେତନଟୀ ୬/୧ : ବୋଲେରୋକୁ ଧକ୍କା ଦେଇଛି ଟ୍ରକ | ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଥିବାବେଳେ ୬ ଜଣ ଗୁରୁତର ଅଛନ୍ତି | ପଶ୍ଚିମବଙ୍ଗର ଗୋପିରୁ ଏକ ବୋଲେରୋରେ ସୁଜିତ ନାଏକ ନାମକ ଏକ ୨୨ ବର୍ଷ ବୟସ୍କ ଯୁବକକୁ ଚିକିତ୍ସା ପାଇଁ କଟକ ନିଆଯାଉଥିଲା | କଟକ ନେବା ରାସ୍ତାରେ ଦୁର୍ଘଟଣା ହୋଇଛି | ୧୮ ନଂମ୍ବର ଜାତୀୟ ରାଜପଥର ତାରାକୋଟି ଛକ ନିକଟରେ ସାମ୍ନା ପଟୁ ଆସୁଥିବା ଏକ ଟ୍ରକ ବୋଲେରୋକୁ ଧକ୍କା ଦେଇଥିଲା । ଟ୍ରକ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ବୋଲେରୋର ଡ୍ରାଇଭରଙ୍କ ମୃତ୍ୟୁ ହୋଇଯାଇଥିଲା | ଦୁର୍ଘଟଣାରେ ଆଉ ୬ଜଣ ଗୁରୁତର ଥିବା ଜଣାପଡିଛି | ଦୁର୍ଘଟଣା ପରେ ସଂଗେସଂଗେ ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲା | ୧୦୮ ଆମ୍ବୁଲାନ୍ସ ଯୋଗେ ଗୁରୁତରଙ୍କୁ ବେତନଟୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା | କିନ୍ତୁ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ଡାକ୍ତର ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.