Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପଡୋଶୀ ମହିଳାଙ୍କୁ ବାଇକରେ ବସାଇ ନେଉଥିବାବେଳେ ଟ୍ରକ ଧକ୍କାରେ ଯୁବକଙ୍କ ମୃତ୍ୟୁ

13/05/2019 at 11:31 AM

ସୋର ୧୩\୫ :  ସୋର ଖନ୍ତାପଡା ବଜାର  ଚିତାପଦା ଡ଼ାଇଭରସନ ପାଖରେ ରାସ୍ତା ଦୁର୍ଘଟଣାରେ  ଯୁବକଙ୍କ  ମୃତ୍ୟୁ ହୋଇଛି । ମୃତ ଯୁବକଙ୍କ ନାଁ ମାନସ ମଲ୍ଲିକ । ଖନ୍ତାପଡ଼ା ଥାନା କସପା ଜୟପୁର ଗ୍ରାମର ଯୁବକ ମାନସ ପଡୋଶୀ ମହିଳାଙ୍କୁ ନେଇ ୧୬ ନଂ ରାଜପଥକୁ ଉଠିବା ବେଳେ ଟ୍ରକ ଧକ୍କାରେ  ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି। ବାଇକରେ ବସିଥିବା ଗୁରୁତର ମହିଳା କବିତା ମାଲିକଙ୍କୁ ଖନ୍ତାପଡା ଡାକ୍ତରଖାନାରୁ ବାଲେଶ୍ଵରକୁ ସ୍ଥାନନ୍ତର କରାଯାଇଛି ।ଦୁର୍ଘଟଣା ଫଳରେ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଖନ୍ତପଡା ପୁଲିସ  ପହଞ୍ଚି ରାଜପଥରେ ଗାଡି ମଟର ଚଳାଚଳ ସ୍ବାଭାବିକ କରିଛି।

   Related Posts