ଏମ୍ବୁଲାନ୍ସକୁ ପିଟିଲା ଟ୍ରକ: ଡ୍ରାଇଭର ମୃତ, ଜଣେ ଗୁରୁତର, ପୋଲିସର ତଦନ୍ତ
1/06/2019 at 7:19 PM

ବଲାଙ୍ଗିର୧|୬: ରୋଗିଙ୍କୁ ଡାକ୍ତର ଖାନାରେ ଛାଡିକି ଆସିବା ପରେ ଏମ୍ବୁଲାନ୍ସ କୁ ପିଟିଲା ଟ୍ରକ। ଗତ କାଲି ରାତିରେ ଦେଓଗାଁ ଥାନା ଅନ୍ତର୍ଗତ ରତନପୂର ଢାବା ନିକଟରେ ଦୁଇଟି ଏମ୍ବୁଲାନ୍ସ ରାସ୍ତା କଡରେ ଅଟକି ଥିଲା। ଗାଡି ଦୁଇଟି କଳାହାଣ୍ଡି ରୁ ରୋଗୀ ନେଇ ବୁର୍ଲ୍ଲା ବଡ ମେଡିକାଲ ଠାରେ ଛାଡିକି ଫେରିବା ସମୟରେ ସେଠାରେ ରହିଥିଲା। କିଛି ସମୟ ପରେ ପଛପଟୁ ଗୋଟିଏ ଟ୍ରକ ଆସି ଆମ୍ବୁଲାନ୍ସକୁ ଯୋରରେ ଧକ୍କା ଦେଇଥିଲା। ଫଳରେ ଗାଡିରେ ଥିବା ଜଣେ ଡ୍ରାଇଭରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ଓ ଆଉ ଜଣେ ଗୁରୁତର ହୋଇଥିଲେ।

ମୃତ ଡ୍ରାଇଭର ଜଣକ କଳାହାଣ୍ଡି ଅଞ୍ଚଳର ବୋଲି ଜଣା ପଡିଥିବା ବେଳେ ତାଙ୍କ ନା ଧନପତି ବଗର୍ତ୍ତି । ତେବେ ଅନ୍ୟ ଜଣେ ଡ୍ରାଇଭର ସାମାନ୍ୟ ଗୁରୁତର ହୋଇଥିବାରୁ ତାଙ୍କୁ କଳାହାଣ୍ଡି କୁ ପଠାଇଦିଆଯାଇଛି। ମୃତ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ଆଜି ପୋଷ୍ଟ ମର୍ଟମ କରିବା ସହ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏନେଇ ଘଟଣାସ୍ଥଳରେ ଧକ୍କା ଦେଇଥିବା ଟ୍ରକକୁ ପୋଲିସ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ସେପଟେ ଡ୍ରାଇଭରଙ୍କ ସହକର୍ମି ଓ ପରିବାର ଲୋକ କ୍ଷତିପୁରଣ ଦାବି କରିଛନ୍ତି।
