Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ୟୁପି ପ୍ରତାପଗଡ଼ରେ ଭୀଷଣ ସଡକ ଦୁର୍ଘଟଣା, ଗୋଟିଏ ପରିବାରର ୯ ମୃତ

5/06/2020 at 6:45 PM

ୱାଜିଦପୁର ୫।୬: ଉତ୍ତରପ୍ରଦେଶ ପ୍ରତାପ ଗଡ଼ରେ ଶୁକ୍ରବାର ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗୋଟିଏ ପରିବାରର ୯ଜଣ ପ୍ରାଣ ହରାଇଛନ୍ତି। ନବାବଗଞ୍ଜ ଥାନା ୱାଜିଦପୁରରେ ଏକ ସ୍କର୍ପିୟୋକୁ ମାଲବାହୀ ଟ୍ରକ୍ ଧକ୍କା ଦେଇଛି। ଫଳରେ ଏସୟୁଭିଟି ଚୁରମାର ହୋଇଯାଇଥିବା ବେଳେ ଏଥିରେ ଯାତ୍ରା କରୁଥିବା ୧୦ଜଣଙ୍କ ମଧ୍ୟରୁ ୯ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଓ ଗୋଟିଏ ଶିଶୁ ଥିବା ଜଣାପଡିଛି।

ସ୍କର୍ପିୟୋରେ ଯାତ୍ରା କରୁଥିବା ଲୋକେ ହରିୟାଣାର ବୋଲି ଜଣାପଡିଛି। ସେମାନେ ବିହାର ଯିବା ରାସ୍ତାରେ ନବାବଗଞ୍ଜ ନିକଟରେ ଦୁର୍ଘଟଣାର ଶିକାର ହୋଇଛନ୍ତି। ଦ୍ରୁତଗାମୀ ଟ୍ରକ୍ ଭିତରକୁ ସ୍କର୍ପିୟୋଟି ପଶିଯାଇଥିଲା। ଏଣୁ ଦୁର୍ଘଟଣା ପରେ ଲୋକଙ୍କୁ ଉଦ୍ଧାର  କରିବା କଷ୍ଟକର ହୋଇପଡିଥିଲା। ଲୋକଙ୍କୁ ଦୁର୍ଘଟଣାଗ୍ରସ୍ତ ଗାଡିରୁ କାଢିବା ବେଳକୁ ୯ ଜଣଙ୍କର ମୃତ୍ୟୁ ହୋଇସାରିଥିଲା। ତେବେ ଜୀବିତ ଯାତ୍ରୀଙ୍କୁ ଉଦ୍ଧାର କରି ଲକ୍ଷ୍ନୌ ହସ୍ପିଟାଲକୁ ପଠାଯାଇଛି।

   Related Posts