Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ରାସ୍ତାକଡ଼ ଦୋକାନରେ ଚା ପିଉଥିଲେ ଡ୍ରାଇଭର୍‌, ଦ୍ରୁତଗତିରେ ମାଡ଼ି ଆସିଲା ଟ୍ରକ, କେହି କିଛି ବୁଝିବା ପୂର୍ବରୁ କାର ଓ ବାଇକ ଚୂର୍‌ମାର

3/07/2021 at 10:44 PM

କେନ୍ଦୁଝର,୩/୭: କେନ୍ଦୁଝର ସଦର ଥାନା ଅନ୍ତର୍ଗତ ପଳାଶପଙ୍ଗା ସ୍ପଞ୍ଜ ଛକ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ବାଇକ ଏବଂ ଗୋଟିଏ କାର ଉପରେ ଟ୍ରକ ମାଡିଯିବାରୁ ଦୁଇଟି ଯାକ ଗାଡ଼ି ଭାଙ୍ଗି ଚୂର୍‌ମାର ହୋଇଯାଇଥିବା ବେଳେ ଜଣେ ଆଘାତ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଓଡି-୦୯-୬୨୫୨ ନମ୍ୱର ଥିବା ଟ୍ରକଟି କେନ୍ଦୁଝର ପଟୁ ବାମବାରୀ ଆଡକୁ ଯାଉଥିଲା । ବେପରୁଆ ଚାଳନା ଯୋଗୁଁ ସ୍ପଞ୍ଜ ଛକ ନିକଟରେ ଭାରସ୍ୟାମ ହରାଇ ବାମ ପଟକଡ଼କୁ ମାଡ଼ି ଯାଇଥିଲା । ନିକଟରେ ଏକ ଚା ଦୋକାନ ଥିବାରୁ ସେଠାରେ ଓଡ଼ି-୩୩-ଭି-୪୪୭୫ ନମ୍ବର ବିଶିଷ୍ଠ କାର ଏବଂ ଓଡ଼ି-୦୯-ବି- ୦୫୭୦ ନମ୍ବର ବିଶିଷ୍ଟ ବାଇକ ଛିଡା କରି ଚାଳକମାନେ ଚା ପିଉଥିଲେ । ସେହି ସମୟରେ ଦ୍ରୁତ ଗତିରେ ଟ୍ରକଟି ଆସି ଉଭୟ କାର ଏବଂ ବାଇକ ଉପରେ ମାଡିଯାଇଥିଲା।

କାର ଭିତରେ ଶୈଳେନ୍ଦ୍ର ନାମକ ଜଣେ ବ୍ୟକ୍ତି ବସିଥିଲେ। ସେ ଗୁରୁତର ଆହତ ହୋଇଛନ୍ତି। ଖବର ପାଇ ପଳାଶପଙ୍ଗା ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡି ଗୁଡିକୁ ଜବତ କରିଥିବା ବେଳେ ଆଘାତ ବ୍ୟକ୍ତିଙ୍କୁ ଝୁମ୍ପୁରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପଠାଯାଇଛି । ଏ ନେଇ କାର ଚାଳକ ଜୟରାମ ମଲିକ ସଦର ଥାନାରେ ଏକ ଏତେଲା ଦେଇଛନ୍ତି । ଏତଲାକୁ  ଭିତ୍ତିକରି କେଶ ନଂ ୨୩୪/୨୧ରେ ସଦର ପୋଲିସ ମାମଲା ରୁଜୁ କରିଛି ବୋଲି ପଳାଶପଙ୍ଗା ଫାଣ୍ଡି ପକ୍ଷରୁ ସୂଚନା ମିଳିଛି । ଘଟଣା ସ୍ଥଳରୁ ଟ୍ରକ ଚାଳକ ଫେରାର ହୋଇଯାଇଥିବା ବେଳେ ଆଘାତ ବ୍ୟକ୍ତି ଶୈଳେନ୍ଦ୍ର ବେହେରାଙ୍କ ଘର ଜଗତସିଂହପୁର ବୋଲି ଜଣାପଡିଛି ।

   Related Posts