୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଟ୍ରକ୍ ହେଲପରଙ୍କ ମୃତ୍ୟୁ

Published By : Prameya-News7 Bureau | May 17, 2020 IST

ଆନନ୍ଦପୁର ୧୭।୫: ବେଆଇନ ବାଲି ଚାଲାଣ ବେଳେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଟ୍ରକ୍ ହେଲପରଙ୍କ ମୃତ୍ୟୁ ହୋଇଛି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା କୋଳିମାଟି ଗାଁ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ବାଲି ଗଦା ଉପରେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ ଟ୍ରକ୍ ହେଲପର । ଟ୍ରକରେ ବୋଝେଇ ହେଉଥିବା ବେଳେ ଟ୍ରକ୍ ହେଲପର ବାଲି ବୋଝେଇର ତଦାରଖ କରିବାକୁ ବାଲି ଗଦା ଉପରେ ଚଢିଥିଲେ । ଏହି ସମୟରେ ଅସାବଧାନତା ବଶତଃ ଉପରେ ଥିବା ୧୧କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଟ୍ରକ୍ ହେଲପରଙ୍କ ମୃତ୍ୟୁ ଘଟିଥିଲା । ମୃତଦେହକୁ ପୋଲିସ ଜବତ କରିଥିବାବେଳେ ଡ୍ରାଇଭର ଗୌତମ ବେହେରାକୁ ଅଟକ ରଖି ଖୋଳତାଡ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.