Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ଟ୍ରକ ଭର୍ତ୍ତି କରି ଉପଦ୍ରବକାରୀମାନେ ପଥର ଆଣିଥିବା ସିସିଟିଭି ଫୁଟେଜ୍ ଧରା ପଡିଲା- ପୁଣି ଦିଲ୍ଲୀରେ ହିଂସା

24/12/2019 at 6:21 PM

ନୂଆଦିଲ୍ଲୀ ୨୪।୧୨ –  ନାଗରିକତା ସଂଶୋଧନ ଆଇନ  ବିରୋଧରେ ଦେଶର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଜାରି ରହିଛି ।ଜାମିଆ ମିଲିଆ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ବାରା ଗୃହମନ୍ତ୍ରୀ ଅମିତ ଶାହଙ୍କ ବାସଭବନ ପର୍ଯ୍ୟନ୍ତ ରାଲି କରାଯାଇଛି ।ଆନ୍ଦୋଳନ ଉଗ୍ରରୂପ ଧାରଣ କରିବା ସମୟରେ ଯେଉଁଭଳି ହିଂସାକାଣ୍ଡ ସୃଷ୍ଟି ହୋଇଥିଲା ତାହାର ଫୁଟେଜ୍‌ ସାମ୍ନାକୁ ଆସିଛି ।ସେପଟେ କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଉତ୍ତର ପ୍ରଦେଶର ମିରଟ ଅଭିମୁଖେ ଯାଉଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇଛି ।…

ଥମୁନି ନାଗରିକତା ଆନ୍ଦୋଳନ ।ଆଜି ଦିଲ୍ଲୀରେ ପୁଣିଥରେ ଆନ୍ଦୋଳନ ଜୋର୍‌ ଧରିଛି । ଜାମିଆ ମିଲିଆ ଛାତ୍ରମାନେ ଆଜି ସିଧା ଗୃହମନ୍ତ୍ରୀ ଅମିତ ଶାହଙ୍କ ବାସଭବନ ଅଭିମୁଖେ ରାଲି କରିଛନ୍ତି। ସେମାନେ ମଣ୍ଡି ହାଉସ୍‌ ନିକଟରେ ପହଞ୍ଚିବା ପରେ ୧୪୪ ଧାରା ଜାରି କରାଯାଇଥିଲା ।ଏହି ଆନ୍ଦୋଳନରେ ଜେଏନ୍‌ୟୁ, ଦିଲ୍ଲି ୟୁନିଭର୍ସିଟି ଏବଂ ଅନ୍ୟ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀ ମାନେ ମଧ୍ୟ ସାମିଲ ହୋଇଥିଲେ । ପୋଲିସ ଆନ୍ଦୋଳନକାରୀଙ୍କୁ ଆଗକୁ ନ ବଢ଼ିବା ପାଇଁ ଏବଂ ଶାନ୍ତି ବଜାୟ ରଖିବା ପାଇଁ ବାରମ୍ବାର ଆହ୍ବାନ ଦେଇଥିଲା ।

ସେପଟେ ଉତ୍ତର ପ୍ରଦେଶରେ ମିରଟ ଅଭିମୁଖେ ଯାଉଥିବା ବେଳେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କୁ ପୋଲିସ ଅଟକାଇଛି ।ମିରଟରେ ୧୪୪ ଧାରା ଜାରି ହୋଇଥିବାରୁ ସେମାନଙ୍କୁ ଯିବା ଲାଗି ଅନୁମତି ଦିଆଯାଇନଥିଲା । କିନ୍ତୁ ରାହୁଲ ଗାନ୍ଧି କହିଛନ୍ତି ଯେ ତାଙ୍କୁ କୌଣସି କାଗଜ ନଦେଖାଇ ପୋଲିସ ଅଟକାଇଥିଲା । ଶୁକ୍ରବାର ମିରଟରେ ହିଂସାକାଣ୍ଡରେ ୫ ଜଣଙ୍କର ମୃତ୍ୟୁ ଘଟିଥିଲା ।ସେପଟେ ହିଂସା ଆଶଙ୍କାରେ ଲକ୍ଷ୍ନୌରେ ମୋବାଇଲ୍ ଇଣ୍ଟରନେଟ୍‌ ସେବାକୁ ଆସନ୍ତାକାଲି ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି ।…

କୋଲକାତାରେ ମମତା ବାନାର୍ଜୀ CAA-NRC ବିରୋଧରେ ପୁଣି ରାସ୍ତାକୁ ଓହ୍ଲାଇଛନ୍ତି । ଉତ୍ତରପ୍ରଦେଶର ଆଲିଗଡ଼ରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି, ମହାସଚିବ ରାହୁଲ ଗାନ୍ଧି ଓ AIMIM ମୁଖ୍ୟ ଅସାଦୁଦ୍ଦିନ ଓୱେସୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।ସେହିପରି ଚେନ୍ନାଇରେ

ଡିଏମ୍‌କେ ଅଧ୍ୟକ୍ଷ ଷ୍ଟାଲିନ୍‌ ଓ ତାଙ୍କର ୮ ହଜାର ସହଯୋଗୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।…

ନାଗରିକତା ସଂଶୋଧନ ଆଇନ ବିରୋଧରେ ହୋଇଥିବା ହିଂସାକାଣ୍ଡର କେତେକ ସିସିଟିଭି ଫୁଟେଜ୍‌ ସାମ୍ନାକୁ ଆସିଛି ।ଡିସେମ୍ବର ୧୫ରେ ୟୁପିର ଆଲିଗଡ ମୁସଲିମ୍ ୟୁନିଭର୍ସିଟି ଗେଟକୁ ଭାଙ୍ଗିବାକୁ ଉପଦ୍ରବକାରୀମାନେ ଚେଷ୍ଟା କରିଥିଲେ ।ପୋଲିସ ସହ ମୁହାଁମୁହିଁ ହୋଇଥିଲେ ଆନ୍ଦୋଳନକାରୀ ।

ପୋଲିସ ତୁରନ୍ତ ବିଶ୍ବବିଦ୍ୟାଳୟ ଗେଟ୍‌ ବନ୍ଦ କରିଥିଲା । ସେହି ସମୟର ଭିଜୁଆଲ ଏବେ ସାମ୍ନାକୁ ଆସିଛି । ଡିସେମ୍ବର ୧୯ରେ କର୍ଣ୍ଣାଟକର ମାଙ୍ଗଲୋରରେ ହୋଇଥିବା ହିଂସାକାଣ୍ଡରେ ଆନ୍ଦୋଳନକାରୀମାନେ ପୋଲିସ ଉପରକୁ ଟେକାପଥର ମାଡ କରିଥିଲେ ।

ଭିଡକୁ ନିୟନ୍ତ୍ରଣ କରିବା ଲାଗି ପୋଲିସକୁ ଲୁହବୁହା ଗ୍ୟାସ ପ୍ରୟୋଗ କରିବାକୁ ପଡିଥିଲା ।ଟ୍ରକ ଭର୍ତ୍ତି କରି ଉପଦ୍ରବକାରୀମାନେ ପଥର ଆଣିଥିବା ସିସିଟିଭି ଫୁଟେଜ୍ ରେ ଜଣାପଡୁଛି ।

   Related Posts