Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପାଣି ସୂଅରେ ଭାସିଗଲା ୨ଟି ଟ୍ରକ୍, ଚାଲିଗଲା ଡ୍ରାଇଭରଙ୍କ ଜୀବନ : ଭିଡିଓରେ ପ୍ରକୃତିର ରୋଷ…

26/08/2020 at 4:19 PM

ପାଟଣା ୨୬।୮: ଲଗାଣ ବର୍ଷାରେ କେନ୍ଦୁଝର ବେହାଲ । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ୪୯ ନମ୍ବର ଜାତୀୟ ରାଜପଥର ତୁରୁମୁଙ୍ଗା ବୈତରଣୀ ପୋଲ ଉପରେ ୬ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ କେନ୍ଦୁଝରରୁ ବାରିପଦା ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ପୋଲ ଉପରେ ପାଣି ପ୍ରବାହିତ ହେଉଥିବାରୁ ଉଭୟ ପାର୍ଶ୍ଵରେ ଶହ ଶହ ଗାଡି ମଟର ଅଟକି ରହିଛି ।

ସେପଟେ କେନ୍ଦୁଝର ମୟୁରଭଞ୍ଜ ସୀମାନ୍ତ ବୈତରଣୀ ନଦୀର ଛୋଟ ପୋଲ ଉପରେ ପାଣି ଚାଲୁଥିବା ବେଳେ ଏକ ୧୪ ଚକିଆ ଟ୍ରକ୍ ସମ୍ପୂର୍ଣ୍ଣ ବୁଡିଯାଇଛି । ପ୍ରଖର ସ୍ରୋତରେ ଟ୍ରକ୍ ଭାସି ଯାଇ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି । ମୃତ ଡ୍ରାଇଭରଙ୍କ ପରିଚୟ ମିଳି ପାରିନାହିଁ ।

ସେହିପରି ପାଟଣା ଢେଙ୍କିକୋଟ ରାସ୍ତାର ସ୍ବାମୀ ନାଳ ପୋଲ ଉପରେ ଏକ ଧାନ ବୋଝେଇ ଟ୍ରକ୍ ପାଟଣା ପଟକୁ ଆସୁଥିବା ବେଳେ ପ୍ରଖର ସ୍ରୋତରେ ଟ୍ରକଟି ଭାସି ଯାଇଛି । ଟ୍ରକର ଡ୍ରାଇଭରଙ୍କୁ ଉଦ୍ଧାର କରିବା ପାଇଁ ଦମକଳ ବାହିନୀଙ୍କ ପ୍ରୟାସ ଜାରି ରହିଛି ।

   Related Posts