ଧକ୍କା ଦେଇ ପୋଖରୀରେ ଗଳିପଡ଼ିଲା ଟ୍ରକ : ଚାପି ହୋଇ ରହିଛି ଡ୍ରାଇଭର
23/01/2020 at 10:25 AM

ଭଦ୍ରକ ୨୩/୧: ଟ୍ରକକୁ ଧକ୍କା ଦେଇ ରାସ୍ତା କଡ ପୋଖରୀକୁ ଗଳିପଡ଼ିଲା ଟ୍ରକ । ଟ୍ରକର ଡ୍ରାଇଭର ଚାପି ହୋଇରହିଥିବା ସୂଚନା ମିଳିଛି । ୧୬ ନମ୍ବର ଜାତୀୟ ରାଜପଥର ଭଣ୍ଡାରିପୋଖରୀ ଛକ ନିକଟରେ ଦୁର୍ଘଟଣା ଘଟିଛି । ରାଜପଥ ସମ୍ପ୍ରସାରଣ କାମ ଚାଲିଥିବାରୁ ଗୋଟିଏ ପାର୍ଶ୍ଵରେ ଗାଡି ଚଳାଚଳ ଚାଲିଥିଲା ।

ଟ୍ରକଟି ଭୁବନେଶ୍ବର ଆଡୁ ଆସୁଥିବାବେଳେ ରାସ୍ତାକାମରେ ନିୟୋଜିତ ଦୁଇଟି ଟ୍ରକ ଏକ ସଙ୍ଗେ ଧକ୍କା ଦେଇ ରାଜପଥ କଡରେ ଥିବା ପୋଖରୀକୁ ଗଳିପଡିଥିଲା । ଡ୍ରାଇଭର ଜଣକ ଗାଡିରେ ଚାପିହୋଇ ରହିଥିବା ସୂଚନା ମିଳିଛି । ଭଣ୍ଡାରିପୋଖରୀ ଅଗ୍ନିଶମ ବାହିନୀ ଓ ପୋଲିସ ଉଦ୍ଧାର କାର୍ଯ୍ୟ କରୁଛନ୍ତି । ରାଜପଥରେ ଗାଡି ଚଳାଚଳ ବନ୍ଦ ରହିଛି ।

Related Posts
ପ୍ରତୀକ୍ଷାର ଅନ୍ତ, ଆଜିଠୁ ବିନା କୋଭିଡ଼ ରିପୋର୍ଟରେ କାଳିଆ ଦର୍ଶନ
21 January 2021