ପୋଲ ଉପରୁ ଖସିପଡିଲା ୧୨ଚକିଆ ଲୁହାପଥର ବୋଝେଇ ଟ୍ରକ୍

Published By : Prameya-News7 Bureau | February 19, 2019 IST

ଆନନ୍ଦପୁର ୧୯|୨: ଆନନ୍ଦପୁର ଦେଇ ଯାଇଥିବା ୨୦ନଂ ଜାତୀୟ ରାଜପଥର ବେଲବାହାଳି ପୋଲ ଉପରୁ ଏକ ୧୨ଚକିଆ ଲୁହାପଥର ବୋଝେଇ ଟ୍ରକ୍ ତଳକୁ ଖସିପଡିଛି  ଅଣଓସାରିଆ ପୋଲ ହୋଇଥିବାରୁ ଟ୍ରକ୍ ଟି ଅନ୍ୟ ଗାଡିକୁ ପୋଲଉପରେ ସାଇଡ ଦେବା ସମୟରେ ନିୟନ୍ତ୍ରଣ ହରାଇ ଦୁଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।  

{"id":86696}

ଦୁର୍ଘଟଣାରେ ଚାଳକ ଗୁରୁତର ଆହତ ହୋଇଛନ୍ତି । ଖବର ପାଇ ଅଗ୍ନି ଶ୍ରମ ବିଭାଗ କର୍ମଚାରୀମାନେ ଡ୍ରାଇଭର କୁ ଉଦ୍ଧାର କରି ଡାକ୍ତର ଖାନାରେ ଭତ୍ତି କରିଛନ୍ତି । ଘସିପୁରା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.