ବାଲିଗୁଡ଼ା ପୁଇଗୁଡ଼ା ଘାଟିରେ ୪୦୭ ଯାତ୍ରୀବାହୀ ଟ୍ରକ୍ ଓଲଟିଲା : ୮ମୃତ ୨୫ଆହତ

Published By : Prameya-News7 Bureau | January 22, 2019 IST

ଫୁଲବାଣୀ ୨୨/୧: କନ୍ଧମାଳ  ଜିଲ୍ଲା ବାଲିଗୁଡ଼ା ପୁଇଗୁଡ଼ା ଘାଟିରେ ୪୦୭ ଯାତ୍ରୀବାହୀ ଟ୍ରକ୍ ଓଲଟି ପଡ଼ିଛି। ଘଟଣାସ୍ଥଳରେ ୮ମୃତ୍ୟୁହୋଇଛି।  

{"id":76765}

୨୫ଜଣ ଗୁରୁତରଭାବେ ଆହତ ହୋଇଛନ୍ତି। ଆହତଙ୍କୁ ବାଲିଗୁଡ଼ା ଡାକ୍ତରଖାନା ଓ ବ୍ରହ୍ମପୁର ଏମକେସିଜିକୁ ପଠାଯାଇଛି। ଯାତ୍ରୀଙ୍କୁ ନେଇ ଗୋଦାପୁରରୁ ବ୍ରାହ୍ମଣୀ ଗାଁ ଦୃତ ବେଗରେ ଟ୍ରକଟି ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଛି।

{"id":76766}

ଘାଟି ଉପରୁ ପାଖାପାଖି ୨୫ଫୁଟ ତଳକୁ ଟ୍ରକଟି ଖସି ପଡ଼ିଛି। ମୃତକମାନଙ୍କ ମଧ୍ୟରେ ୨ଜଣ ମହିଳା ଓ ଜଣେ ଶିଶୁ ରହିଛନ୍ତି। ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି।

{"id":76767}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.