ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ଟ୍ରକ୍, ଡ୍ରାଇଭର ମୃତ

Published By : Prameya-News7 Bureau | January 02, 2020 IST

କେନ୍ଦୁଝର ୨।୧:  କେନ୍ଦୁଝର ଟାଉନ ଥାନାର ରାମଚନ୍ଦ୍ରପୁର ଗାଁ ନିକଟସ୍ଥ ଓଭର ବ୍ରିଜ୍ ଉପରୁ ଭାରସାମ୍ୟ ହରାଇ ତଳକୁ ଖସିଲା ଟ୍ରକ୍ । ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ମିଳିପାରିନାହିଁ ।

{"id":205674,"sizeSlug":"large"}

ସୂଚନାଯୋଗ୍ୟ ଯେ, ଆଜି ଭୋର ସମୟରେ ଡୁବୁରୀ ପଟୁ ଏକ ୧୬ ଚକିଆ ଟ୍ରଲର କେନ୍ଦୁଝର ଅଭିମୁଖେ ଆସୁଥିବା ସମୟରେ ଓଭରବ୍ରିଜରୁ ଭାରସାମ୍ୟ ହରାଇ ତଳକୁ ଖସିପଡିଥିଲା । ପାଖରେ ଥିବା କାଶବି ଇଣ୍ଟରନ୍ୟାସନାଲ କାରଖାନାର କର୍ମଚାରୀମାନେ ଗୁରୁତର ଡ୍ରାଇଭରକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ସମୟରେ ରାସ୍ତାରେ ଡ୍ରାଇଭରର ମୃତ୍ୟୁ ହୋଇଛି । ମୃତ ଡ୍ରାଇଭରଙ୍କ ପରିଚୟ ମିଳିପାରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.