ଆନନ୍ଦପୁର ବେଲବାହାଳି ପୋଲରେ ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ଟ୍ରକ, ଡ୍ରାଇଭର ମୃତ

Published By : Prameya-News7 Bureau | May 23, 2018 IST

ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ଟ୍ରକ, ଡ୍ରାଇଭର ମୃତ । କେନ୍ଦୁଝର ଆନନ୍ଦପୁର ବେଲବାହାଳି ପୋଲରେ ଘଟିଛି ଏହି ଦୁର୍ଘଟଣା । ଟ୍ରକଟି ଲୁହାପଥର ନେଇ ଯୋଡ଼ାରୁ ପାରାଦୀପ ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଟ୍ରକଟି ଏନଏଚ-୨୦ରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡ଼ିଥିଲା । ସ୍ଥାନୀୟ ଲୋକ ଟ୍ରକରୁ ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲେ । ତେବେ ଘଟଣାସ୍ଥଳରେ ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ହେଲପର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.