ଭାରସାମ୍ୟ ହରାଇ ବ୍ରିଜ୍‌ ତଳକୁ ଖସିପଡି ହୁତୁହୁତୁ ହୋଇ ଜଳିଗଲା ଟ୍ରକ

Published By : Prameya-News7 Bureau | November 30, 2021 IST

ନୟାଗଡ ୩୦/୧୧ : ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥର ଦଶପଲ୍ଲା ଥାନା ଅନ୍ତର୍ଗତ ଚୁମୁକି ଢାବା ନିକଟରେ ବ୍ରିଜ୍ ତଳକୁ ଖସିପଡି ଜଳିଗଲା ଟ୍ରକ୍ । ଡ୍ରାଇଭରର ଖୋଜଖବର ମିଳିନଥିବାବେଳେ ଦୁର୍ଘଟଣାର କାରଣ ଜଣାପଡିନାହିଁ। ଖାଲିଥିବା ଟ୍ରକଟି ମଙ୍ଗଳବାର ସନ୍ଧ୍ୟାରେ ଦଶପଲ୍ଲା ପଟୁ ବଲାଙ୍ଗୀର ଦିଗକୁ ଯାଉଥିବାବେଳେ କୌଣସି କାରଣରୁ ଚୁମୁକି ଢାବା ନିକଟରେ ଥିବା ବ୍ରିଜ୍ ତଳକୁ ଖସିପଡିଥିଲା । ପରେ ଟ୍ରକଟି ହୁତହୁତ୍ ହୋଇ ଜଳିଥିଲା । ରାସ୍ତାରେ ଯାଉଥିବା ଲୋକମାନେ ଜଳୁଥିବା ନିଆଁକୁ ଲିଭାଇବାକୁ ଚେଷ୍ଟା କରିବା ସହ ପୋଲିସ  ଏବଂ ଦମକଳକୁ ଖବର ଦେଇଥିଲେ । ତେବେ ଗାଡିରେ କେହିନଥିବା ଏବଂ ଗାଡିଟି ଦଶପଲ୍ଲା ଅଞ୍ଚଳର ବୋଲି ପୋଲିସ ସୂଚନା ଦେଇଛି । ଦୁର୍ଘଟଣା ପରେ ଡ୍ରାଇଭର ଫେରାର୍ ହୋଇଯାଇଥିବା ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.