ପାରାଦୀପ ଭୁତମୁଣ୍ଡାଇ ପୋଲ ଉପରୁ ଟ୍ରକ ଖସିଯିବା ଘଟଣାରେ ଡ୍ରାଇଭର ଓ ହେଲପର ଏବେ ଯାଇଁ ନିଖୋଜ

Published By : Prameya-News7 Bureau | July 30, 2018 IST

ପାରାଦୀପ ଭୁତମୁଣ୍ଡାଇ ପୋଲ ଉପରୁ ମହାନଦୀକୁ ଟ୍ରକ ଖସିଯିବା ଘଟଣାରେ ଡ୍ରାଇଭର ଓ ହେଲପର ଏବେ ଯାଇଁ ନିଖୋଜ ଅଛନ୍ତି | ଟ୍ରକଟି ପାଣି ଭିତରେ ସମ୍ପୂର୍ଣ ବୁଡ଼ିଯାଇଛି | ମହାନଦୀରେ ପାଣି ଅଧିକ ଥିବାରୁ ବର୍ତ୍ତମାନ ଖୋଜାଖୋଜି ଆରମ୍ଭ ହୋଇନାହିଁ | ଗତକାଲି ପାରାଦୀପରୁ ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ଟ୍ରକ ଭାରସାମ୍ୟ ହରାଇ ମହାନଦୀକୁ ଖସି ପଡିଥିଲା | ପୋଲର ବାଡ଼କୁ ଭାଙ୍ଗି ଟ୍ରକଟି ପାଣି ଭିତରକୁ ଖସି ପଡିଥିଲା | ତେବେ ଟ୍ରକ ଓ ତାର ଡ୍ରାଇଭର ଉଦୟବଟର ବୋଲି ଜଣାପଡିଛି | ତେବେ ଉଦ୍ଧାର କାର୍ଯ୍ୟ ଏପର୍ଯ୍ୟନ୍ତ ଆରମ୍ଭ ହୋଇନଥିବାରୁ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ଦେଖା ଦେଇଛି | ପାଣିର ଗଭୀରତା ଅଧିକ ରହିଥିବାରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେଉଥିବା ଜଣାପଡିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.