ମେଡିକାଲ ଯାଉଥିଲେ ଦମ୍ପତ୍ତି : ଟ୍ରକ ଧକ୍କାରେ ଚାଲିଗଲା ସ୍ତ୍ରୀଙ୍କ ଜୀବନ, ସ୍ୱାମୀ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | July 25, 2020 IST

ବଲାଙ୍ଗୀର ୨୫।୦୭: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବଲାଙ୍ଗୀର ଟାଉନ୍ ଥାନା କଚେରି ଛକ ନିକଟରେ ଦୁର୍ଘଟଣା  ଘଟିଛି। ବୃଦ୍ଧ ଦମ୍ପତ୍ତି ଉପରେ ମାଡିଯାଇଛି ଦ୍ରୁତଗାମୀ ଟ୍ରକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ,  ଆସିଥିଲେ ମେଡିକାଲକୁ , କିନ୍ତୁ କିଏ ଜଣିଥିଲା ଅଧାବାଟରେ ଚାଲିଯିବ ଜୀବନ । ବଲାଙ୍ଗୀର କଚେରି ଛକ ନିକଟରେ ବୃଦ୍ଧ ଦମ୍ପତ୍ତି ଉପରେ ମାଡିଯାଇଛି ଦ୍ରୁତଗାମୀ ଟ୍ରକ । ଦୁର୍ଘଟଣାରେ  ସ୍ୱାମୀ ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ସ୍ତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି । ମୃତକ ଜଣକ ହେଲେ ଚନ୍ଦନଭାଟି ଗାଁର ରଜନୀ ସାହୁ। ତେବେ ଘଟଣା ପରେ ଟ୍ରକ ଫେରାର ମାରୁଥିବା ବେଳେ କାବୁ କରଛନ୍ତି ପୋଲିସ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ସେହିପରି ଆହତଙ୍କ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.