ଟ୍ରକ ଧକ୍କାରେ ୨ପ୍ରବାସୀ ଶ୍ରମିକ ମୃତ

Published By : Prameya-News7 Bureau | May 17, 2020 IST

ନୂଆପଡା ୧୭।୦୫ : ଶ୍ରମିକଙ୍କ ପିଛା ଛାଡୁନି ଦୁର୍ଦିନ । ମହାସମୁନ୍ଦ ନିକଟରେ ଟ୍ରକ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଥିବା ଜଣାପଡିଛି । ଦୁଇ ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ଗତ ୫ ଦିନ ହେବ ମୁମ୍ବାଇରୁ ଚାଲି ଚାଲି ଆସୁଥିଲେ କିଛି ଶ୍ରମିକ । କିନ୍ତୁ ଗତକାଲି ବିଳମ୍ବିତ ରାତିରେ ମହାସମୁନ୍ଦ ପାଖରେ ପଛପଟୁ ଶ୍ରମିକଙ୍କୁ ପିଟିଦେଲା ଟ୍ରକ । ଯାହାଫଳରେ ଦୁଇଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଦୁଇ ମୃତ ଶ୍ରମିକ କଳାହାଣ୍ଡି ଜିଲ୍ଲା କେଗାଁ ଥାନା କୋମରା ଗ୍ରାମର ବୈଷ୍ନବ ପଟେଲ ଓ ଉପେନ୍ଦ୍ର ପଟେଲ ବୋଲି ଜଣାପଡିଛି । ଦୁଇ ଜଣଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ଗାଁ କୁ ପଠାଇଛି ଛତିଶଗଡ ମହାସମୁନ୍ଦ ଜିଲ୍ଲା ପ୍ରଶାସନ । ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ର ଜଣେ ସାଙ୍ଗ ସମେତ ପାଞ୍ଚଜଣ ସାଙ୍ଗ ହୋଇ ଚାଲି ଚାଲି ନିଜ ଗାଁ କୁ ଆସୁଥିଲେ । ବାଟରେ ଘଟିଛି ଦୁର୍ଘଟଣା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.