ଘର ଭିତରେ ପଶିଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ପରିବାର ସଦସ୍ୟ

Published By : Prameya-News7 Bureau | October 13, 2021 IST

ସାନଖେମୁଣ୍ଡି ୧୩।୧୦: ଭାରସାମ୍ୟ ହରାଇ ଘର ଭିତରେ ପଶିଲା ୧୦ ଚକିଆ ଟ୍ରକ l ଅଳ୍ପକେ ବର୍ତ୍ତିଲେ ପରିବାରର ୫  ସଦସ୍ୟ l ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ୫୯ ନଂ ଜାତୀୟ ରାଜପଥର ଗଡ଼ଦାମଦର ପଲ୍ଲୀ ଠାରେ ଘଟିଛି ଦୁର୍ଘଟଣା ।

{"id":526424,"sizeSlug":"full","linkDestination":"none"}

ଟ୍ରକଟି ସୋରଡ଼ାରୁ ଆସିକା ଅଭିମୁଖେ ଯାଉଥିବା ବେଳେ ଗଡ଼ଦାମଦର ପଲ୍ଲୀ ଠାରେ ଭାରସାମ୍ୟ ହରାଇ ଜାତୀୟ ରାଜପଥ କଡରେ ଥିବା ପାଞ୍ଚୋଟି ଘରେ ପଶି ଯାଇଥିଲା । ଦୁର୍ଘଟଣା ରେ ଗୋଟିଏ ମୋଟର ସାଇକେଲ ଓ ୩ଟି ଘର ଭାଙ୍ଗି ଯାଇଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ପରିବାର ସଦସ୍ୟ । ଘଟଣା ସ୍ଥଳରେ ଧରାକୋଟ ପୋଲିସ ପହଁଚି ଡ୍ରାଇଭରକୁ ଅଟକ ରଖି ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.