ଭାରସାମ୍ୟ ହରାଇ କାର୍‌-ଟାଟା ମ୍ୟାଜିକ ଉପରେ ଓଲଟିଲା ଟ୍ରକ, ଚାଲିଗଲା ୧୩ଜଣଙ୍କ ଜୀବନ

Published By : Prameya-News7 Bureau | January 20, 2021 IST

କୋଲକାତା ୨୦।୦୧: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସିରିଜ୍‌ ଦୁର୍ଘଟଣାରେ ୧୩ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ କିଛି ଲୋକ ଗୁରୁତର ହୋଇଥିବା ଜଣାପଡିଛି । ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ଓ ପ୍ରଶାସନ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ପଶ୍ଚିମବଙ୍ଗ ଜଲଫାଇଗୁଡ଼ିରେ ଭୟାନକ ସଡ଼କ ଦୁର୍ଘଟଣା ଘଟିଛି ।

ପଶ୍ଚିମବଙ୍ଗର ଜଳଫାଇଗୁଡ଼ି ନିକଟରେ ଏକ ପଥର ବୋଝେଇ ଟ୍ରକଟି ଭାରସାମ୍ୟ ହରାଇ ଏକ କାର୍‌ ଓ ଟାଟା ମ୍ୟାଜିକ୍‌ ଭ୍ୟାନ୍‌ ଉପରେ ପଲଟି ଯାଇଛି । ଯାହାଫଳରେ କି ୧୩ଜଣଙ୍କର ଜୀବନ ଚାଲିଯାଇଛି । ଏପିରିକି କିଛି ଲୋକ ମଧ୍ୟ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଚିକିତ୍ସା ଜାରି ରହିଛି । ତେବେ ଗୁରୁତର ଥିବା ବ୍ୟକ୍ତିଙ୍କ ମଧ୍ୟ କିଛି ଲୋକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି ।

wp:html /wp:html

ତେବେ ମିଳିଥିବା ସୂଚନାନୁଯାୟୀ, ଟ୍ରକରେ ପଥର ଓଭରଲୋଡିଂ ହୋଇଥିଲା । ଆବଶ୍ୟକ ଠାରୁ ଅଧିକ ଜିନିଷ. ପରିବହନ କରୁଥିବାରୁ ଡ୍ରାଇଭର ଭାରସାମ୍ୟ ହରାଇ ଦୁର୍ଘଟଣା ଘଟାଇଛି , ଏବଂ ଚାଲିଯାଇଛି ୧୩ଜଣ ନିରୀହଙ୍କ ଜୀବନ । ତେବେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ । ପୋଲିସ ଘଟଣାରେ ଛାନ୍‌ଭିନ୍‌ ଜାରି ରଖିଛି । ସେପଟେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.