ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା : ଜଳିଗଲା ଗୋଟିଏ ଟ୍ରକ୍, ଡ୍ରାଇଭର ମୃତ

Published By : Prameya-News7 Bureau | May 30, 2021 IST

ଦେବଗଡ ୩୦।୫: ଦେବଗଡ ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥର ବଂପରଡା ଛକଠାରେ ଦୁଇଟି ଟ୍ରକ୍ ଦୁର୍ଘଟଣା ଘଟି ଜଣଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣଙ୍କ ହେଲେ ଦୁର୍ଘଟଣାଗ୍ରସ୍ତ ଗୋଟିଏ ଗାଡିର ଡ୍ରାଇଭର ।

ସୂଚନାଯୋଗ୍ୟ ଯେ, ରବିବାର ଭୋର ସମୟରେ ବାରକୋଟ ଥାନା ଅନ୍ତର୍ଗତ ବଂପରଡା ନିକଟରେ ଏକ ଦଶ ଚକିଆ ଟ୍ରକ୍ ସହ କେମିକାଲ ବୋଝେଇ ଟ୍ରକ୍ ର ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ ଗୋଟିଏ ଟ୍ରକ୍ ରାସ୍ତାର ଡିଭାଇଡର ପାରକରି ଅନ୍ୟ ରାସ୍ତାକୁ ଯାଇ ଜଳିଯାଇଥିଲା । ଦୁର୍ଘଟଣାଗ୍ରସ୍ତ ଟ୍ରକ୍ ନଂ ସିଜି୦୪ଜେଡି୩୪୯୪ ର ଡ୍ରାଇଭର ଦୂରକୁ ଛିଟିକି ପଡିଥିବା ବେଳେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । କେମିକାଲ ବୋଝେଇ ଟ୍ରକ୍ ଟି ରାସ୍ତା ଉପରେ ଓଲଟି ପଡିଛି ।

ଦୁର୍ଘଟଣା ପରେ ଖବରପାଇ ବାରକୋଟ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍ ରୁ ନିଆଁ ଲିଭାଇଥିବାବେଳେ ଟ୍ରକ୍ ଟି ସମ୍ପୂର୍ଣ୍ଣ ରୂପେ ଜଳିଯାଇଛି । ବାରକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.