୨ ଟ୍ରକ୍ ମୁହାଁମୁହିଁ ଧକ୍କା, ଏକ ଘଣ୍ଟା ଧରି ଫସି ରହିଲେ ଡ୍ରାଇଭର୍, ଗ୍ୟାସ୍ କଟରରେ କାଟି ଉଦ୍ଧାର କଲା ଅଗ୍ନିଶମ ବାହିନୀ

Published By : Prameya-News7 Bureau | December 28, 2020 IST

ସମ୍ବଲପୁର,୨୮/୧୨: ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଥାନା ଅନ୍ତର୍ଗତ ପରଧିଆପାଲି ନିକଟରେ ଦୁଇଟି ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣା ପରେ ଗୋଟିଏ ଟ୍ରକ୍ ଡ୍ରାଇଭର ପ୍ରାୟ ୧ ଘଣ୍ଟା ଧରି ଗାଡି ଭିତରେ ଫସି ରହିଥିଲେ । ଖବର ପାଇ ପୋଲିସ୍‌ ଏବଂ ଅଗ୍ନିଶମ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ୍‌ କଟରରେ ଗାଡି କ୍ୟାବିନ୍‌ କାଟି ତାଙ୍କୁ ଉଦ୍ଧାର କରିଛନ୍ତି।

ସୂଚନା ଅନୁସାରେ,  ରବିବାର ବିଳମ୍ବିତ ରାତିରେ ପରଧିଆପାଲି ଆଡୁ ଆସୁଥିବା ଏକ ଟ୍ରକ ସହ ସାମ୍ନାପଟୁ ଆସୁଥିବା ଅନ୍ୟ ଏକ ଟ୍ରକ(ଓଡି-୧୬-ସି-୧୩୧୩) ମୁହାଁମୁହିଁ ଧକ୍କା ହୋଇଥିଲା ଦୁର୍ଘଟଣାରେ ଗାଡିରେ ଥିବା ଡ୍ରାଇଭର କ୍ୟାବିନ୍‌ ଭିତରେ ଦୀର୍ଘ ସମୟ ଧରି ଫସି ରହିଥିଲେ । ଖବର ପାଇ ସଙ୍ଗେ ସଙ୍ଗେ ଅଇଁଠାପାଲି ଥାନା ଏସ୍‌ଆଇ ଅଭିନବ ମିଶ୍ର ଏବଂ ତାଙ୍କ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚିଥିଲେ ।

ଏହାପରେ ଅଗ୍ନିଶମ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ୍‌ କଟର ଯୋଗେ କ୍ୟାବିନ କାଟିବା ପରେ ଡ୍ରାଇଭରକୁ ଉଦ୍ଧାର କରାଯାଇଥିଲା ।ଏହାପରେ ତାଙ୍କୁ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେଏନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.