ଗୋଟିଏ ଟ୍ରକ୍ ଧକ୍କା ଦେଲା, ଆଉ ଏକ ଟ୍ରକ୍ ଚାପିଦେଲା : ରାସ୍ତା ପାର୍ ବେଳେ ଜୀବନ ହାରିଲେ ସୁବାଷ

Published By : Prameya-News7 Bureau | September 18, 2021 IST

ମୁନିଗୁଡା, ୧୮|୦୯: ରାୟଗଡା ଜିଲ୍ଲା ମୁନିଗୁଡା ସହିଦ ଲକ୍ଷ୍ଣଣ ନାୟକ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକ ଚାପାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି ।

ମୃତକ ଜଣକ ପାଇକ ସାହିର ସୁବାଷ ସାହୁ । ଶନିବାର ସକାଳେ ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ,  ସୁବାଷ ପ୍ରତିଦିନ ପରି ଶନିବାର ସକାଳେ ଛକରେ କିଛି ସମୟ ବସିବା ପରେ ରାସ୍ତା ପାର ହେଉଥିଲେ । ଏହି ସମୟରେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ୍ ତାଙ୍କୁ ଧକ୍କା  ଦେଇଥିଲା । ଏହାସହ ପଛରେ ଆସୁଥିବା ଅନ୍ୟ ଏକ ଟ୍ରକ ତାଙ୍କ ଉପରେ ମାଡିଯାଇଥିଲା।

ସ୍ଥାନୀୟ ଲୋକେ  ଦୁଇ ଟ୍ରକକୁ ଅଟକାଇ ପୋଲିସକୁ ଖବର ଦେଇଥିଲେ । ଖବରପାଇ ଏସଡିପିଓ ଓ ମୁନିଗୁଡା ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ପରିବାର ତରଫରୁ ମୃତକଙ୍କୁ କ୍ଷତିପୁରଣ ଦାବି କରାଯାଇ ଥିଲା ।ପୋଲିସ ୨ ଟ୍ରକ ସହ ଡ୍ରାଇଭରଙ୍କୁ ଥାନାରେ ଅଟକ ରଖି ତଦନ୍ତ ଜାରିରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.