Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ରାଲି କରୁଥିବା କୃଷକଙ୍କ ଟ୍ରାକ୍ଟରକୁ ଧକ୍କା ଦେଲା ଟ୍ରକ୍ : ଜଣେ ମୃତ, ୨ ଗୁରୁତର

27/11/2020 at 10:15 AM

ନୂଆଦିଲ୍ଲୀ,୨୭/୧୧:   ଦିଲ୍ଲୀରେ ବିଭିନ୍ନ ଦାବି ଉପସ୍ଥାପନା କରିବା ସହ ଭାରତ ବନ୍ଦ ଆନ୍ଦୋଳନରେ ସାମିଲ ହୋଇଥିବା ଜଣେ କୃଷକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ଭିବାନୀ ଜିଲ୍ଲାର ମୁଣ୍ଡାଲ ଗ୍ରାମ ନିକଟରେ ଏହି ଅଘଟଣ ଘଟିଛି । ଏକ ଟ୍ରକ୍ ରାଲି କରୁଥିବା କୃଷକଙ୍କ ଟ୍ରାକ୍ଟରକୁ ଧକ୍କା ଦେବାରୁ ଜଣେ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି ।

ପ୍ରାଣ ହରାଇଥିବା କୃଷକ ହେଲେ ୪୫ ବର୍ଷୀୟ ଧନ୍ନା ସିଂ । ସେ ପଞ୍ଜାବର ଖୟାଲି ଚେହଲା ଗ୍ରାମର ଅଟନ୍ତି ।

ଦୁର୍ଘଟଣା ପରେ ଅନ୍ୟ କୃଷକମାନେ ଉତ୍ୟକ୍ତ ହୋଇପଡିଛନ୍ତି । ସେମାନେ ପୋଲିସକୁ ଧନ୍ନା ସିଂଙ୍କ ମୃତଦେହ ଦେଇନଥିଲେ । ଏହି ଅଘଟଣ ପରେ ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

ଏହି ଅଘଟଣରେ ଆଉ ୨ଜଣ କୃଷକ ଗୁରୁତର ହୋଇଛନ୍ତି । ସେମାନଙ୍କୁ ରୋହତକର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

   Related Posts