ଡାଲା ଅଟୋକୁ ଧକ୍କା ଦେଲା ଟ୍ରକ୍ : ୨ ମିଠା ବ୍ୟବସାୟୀ ମୃତ, ଜଣେ ଗୁରୁତର

Published By : Prameya-News7 Bureau | September 30, 2021 IST

ବଲାଙ୍ଗୀର, ୩୦।୦୯ : ବଲାଙ୍ଗୀର ଜିଲ୍ଲା ସଇଁନ୍ତଳା ଥାନା ଏନଏଚ୍ ୨୬ରେ ଲୁହୁରାପାଲି ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ।  ଡାଲା ଅଟୋକୁ ଧକ୍କା ଦେଲା ଟ୍ରକ୍। ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ସ୍ଥାନୀୟ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି। ଏହି ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

ସୂଚନାରୁ ପ୍ରକାଶ ଯେ, ଶିଶକେଳା ଗ୍ରାମର ମିଠା ବ୍ୟବସାୟୀ ସୁବଲ ସାହୁ, ବଡ଼ମୁଡିଆ ମାଝୀ, ଦେବାଶିଷ ସାହୁ ସକାଳ ୫ଟା ସମୟରେ ଏକ ଅଟୋ ଯୋଗେ ବରଗାଁ କଳାହାଣ୍ଡି ଛକ ସାପ୍ତାହିକ ବଜାରକୁ ମିଠା ବିକ୍ରି ପାଇଁ ଯାଉଥିଲେ । ଏତିକି ବେଳେ ଲୁହୁରାପାଲି ଛକ ନିକଟରେ ବଲାଙ୍ଗୀର ପଟୁ ଭାବନୀପାଟଣାକୁ ଯାଉଥିବା ଟ୍ରକ୍ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତି କରାଯାଇଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.