ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଚାଲିଛି ଅର୍ଥନୈତିକ ଅବରୋଧ: ଥଣ୍ଡା କାକରରେ ହନ୍ତ ସନ୍ତ ହେଉଛନ୍ତି ଟ୍ରକ ଡ୍ରାଇଭର୍ ଓ ହେଲପର୍

Published By : Prameya-News7 Bureau | January 08, 2019 IST

ସମ୍ବଲପୁର୮|୧: ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଚାଲିଥିବା ଅର୍ଥନୈତିକ ଅବରୋଧର ଆଜି ହେଉଛି ଦ୍ବିତୀୟ ଦିନ । ଜାତୀୟ ରାଜପଥ ଉପରେ ଠିଆ ହୋଇ ରହିଛି ହଜାର ହଜାର ଟ୍ରକ୍ ।  ପ୍ରବଳ ଥଣ୍ଡାରେ  ଡ୍ରାଇଭର ଓ ହେଲ୍‌ପରଙ୍କ ଅବସ୍ଥା ପୁରା ବାର୍ ବାଜିଗଲାଣି । 

wp:gallery {"ids":[71762]} /wp:gallery

 ଦିନ ବେଳେ ବି  ଆନ୍ଦୋଳନକାରୀମାନେ ନିଆଁ  ପାଖରେ ବସି ରହୁଛନ୍ତି । ହେଲେ ଆନ୍ଦୋଳନ ଯୋଗୁଁ ଅଟକି ରହିଥିବା ଟ୍ରକ ଡ୍ରାଇଭର ଓ ହେଲପର୍‌ଙ୍କ ଦୁର୍ଦ୍ଦଶା କଥା ସମସ୍ତେ ଭୁଲି ଯାଇଛନ୍ତି । ରାସ୍ତାକଡରେ କିଏ ଷ୍ଟୋଭ ଲଗେଇ ରୁଟି କରୁଛି ତ ଆଉ କିଏ କାଠକୁଟା ସଂଗ୍ରହ କରି ଚୁଳି ଜଳାଉଛି  ଖାଦ୍ୟ ପ୍ରସ୍ତୁତି ପାଇଁ । ତାପମାତ୍ରା ୯ ଡିଗ୍ରୀ ତଳେ ।ଥଣ୍ଡାରେ ଦେହ କୋଲମାରିଯାଉଛି ।  ନିଆଁ ଲଗାଇ ତା ନିକଟରେ ବସି, ଠିଆଠିଆ ରାତି କଟାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି କେତେଜଣ । କାରଣ ଟ୍ରକ୍‌ରେ ଲୋଡ୍‌ ହୋଇଛି ଖଣିଜ ଦ୍ରବ୍ୟ । ଯଦି ଚୋରି ହୋଇଯାଏ, କିମ୍ବା ଟ୍ରକ୍‌ରେ କିଏ ନିଆଁ ଲଗାଇଦିଏ ତାହେଲେ କଥା ସରିଲା । ତେଣୁ ଭାଗ୍ୟକୁ ଆଦରି ପଡ଼ିବା କଥା ।

wp:gallery {"ids":[71763]} /wp:gallery

ଦେଶର କୌଣସି ସ୍ଥାନରେ ବି,ଧର୍ମଘଟ,ବନ୍ଦ ପାଳନ କରାଗଲେ, ପ୍ରଥମ ଟାର୍ଗଟ୍‌ ରେ ରହିଥାନ୍ତି ଭାରୀଯାନ । ଗୋଟିଏ ଦିନ ଧର୍ମଘଟ କିମ୍ବା ବନ୍ଦ ହେଲେ ଅଲଗା କଥା। ତିନିଦିନ ଧରି ଜାତୀୟ ରାଜପଥ ଉପରେ ଟ୍ରକ୍‌ ଠିଆ କରି, ଏହାର ଚାଳକ ଓ ସହଯୋଗୀ ନା କୁଆଡେ ଯାଇପାରିବେ, ନା ଟ୍ରକ୍‌ ନିକଟରେ ସୁବିଧାରେ ରହିପାରିବେ। ଦିନରେ ଦୋକାନ ବଜାର ବନ୍ଦ ।  ବାହାରେ ଖାଇବାକୁ ମିଳିବ ନାହିଁ ।  ଆଉ ରାତିରେ ପ୍ରବଳ ଥଣ୍ଡା ସାଙ୍ଗକୁ ରାସ୍ତାକଡରେ ରୋଷେଇ କରି, ଯେନତେଣ ପ୍ରକାରରେ, ଏମାନେ ଜୀବନ ବିତାଇବାକୁ ବାଧ୍ୟ ହୋଇଥାନ୍ତି ।

wp:gallery {"ids":[71764]} /wp:gallery

ନିଜ ଦାବି ହାସଲ ପାଇଁ ଆନ୍ଦୋଳନ କରିବେ କିଛି ଲୋକ । ଆଉ ଏହି ଆନ୍ଦୋଳନ ଯୋଗୁ, ପ୍ରଭାବିତ ହେବେ, ଆନ୍ଦୋଳନ ସହ ଜଡିତ ନଥିବା ଶହଶହ ଅନ୍ୟ ଲୋକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.