ଦୁର୍ବୃତ୍ତମାନେ ଭୁଜାଲିରେ ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ କରି ଲୁଟିନେଲେ ଟଙ୍କା

Published By : Prameya-News7 Bureau | February 24, 2019 IST

ବାଲେଶ୍ବର ୨୪/୨: ବାଲେଶ୍ବରରେ ଦୁର୍ବୁତ୍ତମାନେ  ଭୁଜାଲିରେ ଟ୍ରକ ଡ୍ରାଇଭରଙ୍କୁ ଆକ୍ରମଣ କରିଛନ୍ତି। ଆକ୍ରମଣ କରି ଟଙ୍କା ଲୁଟି ନେଇଛନ୍ତି । ନିଧି ପଣ୍ଡା ଛକ ନିକଟରେ ଟ୍ରକ ଡ୍ରାଇଭରଙ୍କୁ ଆକ୍ରମଣ କରାଯାଇଛି । ତାଙ୍କ ଠାରୁ ୧୫ ହଜାରରୁ ଉର୍ଦ୍ଧ୍ବ ଟଙ୍କା ଛଡାଇ ନେଇଛନ୍ତି ଲୁଟେରା ।

{"id":88089,"width":593,"height":326}

ଭୁଜାଲି ଆକ୍ରମଣରେ ଡ୍ରାଇଭର ମହମ୍ମଦ ରିୟାଜ୍ ଗୁରୁତର  ହୋଇଛନ୍ତି । ତାଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେ ଉତ୍ତରପ୍ରଦେଶରୁ ପାରାଦୀପକୁ ତେଲ ଭର୍ତ୍ତି କରିବାକୁ ଆସିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.