ଦୁର୍ଘଟଣାର ୧୦ଘଣ୍ଟା ପରେ ଉଦ୍ଧାର ହେଲେ ଟ୍ରକ୍ ଚାଳକ, ବେକେ ପାଣିରେ ବୁଡି ବି ବଞ୍ଚିଲେ

Published By : Prameya-News7 Bureau | January 24, 2020 IST

ଭଦ୍ରକ ୨୪।୧: କଥାରେ ଅଛି ରଖିଲେ ହରି ମାରିବ କିଏ । ଦୀର୍ଘ ୧୦ ଘଣ୍ଟା କାଳ ବେକ ଉଚ୍ଚତାର ପାଣିରେ ବୁଡି ରହି ଜୀବିତ ଉଦ୍ଧାର ହୋଇଛନ୍ତି ଦୁର୍ଘଟଣାଗ୍ରସ୍ତ ଟ୍ରକର ଡ୍ରାଇଭର । ଉଦ୍ଧାର ଡ୍ରାଇଭର ହେଉଛନ୍ତି ମଥୁରି ବାରିକ । ଦୁର୍ଘଟଣା ପରେ ଦୀର୍ଘ ୧୦ ଘଣ୍ଟା ପାଣିରେ ବୁଡି ରହିବା ପରେ ତାଙ୍କୁ ଉଦ୍ଧାର କରାଯାଇଛି । ଭଦ୍ରକ ଭଣ୍ଡାରିପୋଖରୀଠାରେ ଦୁଇଟି ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

{"id":215371,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗତକାଲି ସକାଳ ପ୍ରାୟ ୯ଟା ବେଳେ ହଠାତ୍ ଏକ ଆଇରନ ଗୁଣ୍ଡ ବୋଝେଇ ଟ୍ରକ ୧୬ ନମ୍ବର ଜାତୀୟ ରାଜପଥର ଭଣ୍ଡାରିପୋଖରୀଠାରେ ଦୁଇଟି ଟ୍ରକକୁ ଧକ୍କା ଦେଇ ରାଜପଥ କଡରେ ଥିବା ଏକ ଗଡିଆ ଭିତରକୁ ଓଲଟି ପଡିଥିଲା । ଗାଡିର ଡ୍ରାଇଭର ମଥୁରି ବାରିକଙ୍କ ପାଖ ଟ୍ରକ କେବିନଟି ପାଣିରେ ବୁଡିରହିଥିଲା । ବେକ ଉପରକୁ ପାଣି ରହିଥିଲା ।  ସ୍ଥାନୀୟ ଲୋକେ ଅଗ୍ନିଶମବାହିନୀକୁ ଖବର ଦେଇଥିଲେ । ରାଜପଥରେ ଯାତାୟାତ ବନ୍ଦ ହୋଇଗଲା । ଅଗ୍ନିଶମ ବାହିନୀ ର ତିନି ଜଣ କର୍ମଚାରୀ ଗାଡି ରେ ପଶି ଡ୍ରାଇଭର ଙ୍କ ମୁଣ୍ଡ କୁ ଟେକି ଧରିଲେ । ଗଡିଆର ପାଣି କମାଇବା ପାଇଁ ଭଣ୍ଡାରିପୋଖରୀ ସହ ଧାମନଗର ଓ ଭଦ୍ରକ ଅଗ୍ନିଶମ ବାହିନୀର ୬ଟି ପମ୍ପ ଗଡିଆରୁ ପାଣି ଶୁଖାଇବା ଆରମ୍ଭ କଲେ । ଗଡିଆଟି ରାଜପଥରୁ ପ୍ରାୟ ୨୦ଫୁଟ ତଳେ ଥିଲା ।  ଟ୍ରକ ଡ୍ରାଇଭରଙ୍କ ଗୋଡ ତଳ ବ୍ରେକ ନିକଟରେ ଫସି ରହିଥିବାରୁ ଉଦ୍ଧାର ସମ୍ଭବ ହୋଇନଥିଲା । ପ୍ରଶାସନ ତରଫରୁ ଖାଦ୍ୟ ଓ ପାନୀୟ ଡ୍ରାଇଭରଙ୍କୁ ଦିଆଯାଉଥିଲା ।

{"id":215372,"sizeSlug":"large"}

ରାସ୍ତାକାମରେ ନିୟୋଜିତ କରେଣ ଓ ପ୍ରୋକଲିନ ମଧ୍ୟ ଉଦ୍ଧାର କାର୍ଯ୍ୟ କରିପାରିଲା ନାହିଁ । ଚେନପୁଲି ମଧ୍ୟ ବିଫଳ ହେଲା । ସମୟ ବଢୁଥିବାରୁ ଡ୍ରାଇଭର ଜଣଙ୍କ ଚିତ୍କାର କରୁଥିଲେ । କିନ୍ତୁ ଅଗ୍ନିଶମବାହିନୀର ୩ ଜଣ କର୍ମଚାରୀ ତାଙ୍କ ସହ କଥାବାର୍ତ୍ତା କରୁଥିଲେ । ଆଶ୍ଵାସନା ଦେଉଥିଲେ ଏବେ ଉଦ୍ଧାର ହୋଇଯିବେ । ସଖାଳରୁ ରାତି ହେଲା । ରାଜପଥରେ ଗାଡି ଚଳାଚଳ ବନ୍ଦ କରି ପ୍ରଶାସନ ବାଲି ଗାଡି ଉଭୟ କରେଣ ଓ ପ୍ରୋକଲିନକୁ ମିଶାଇ ଉଦ୍ଧାର କଲେ ଡ୍ରାଇଭରକୁ । ଉଦ୍ଧାର ଡ୍ରାଇଭରଙ୍କୁ ଭଦ୍ରକ ମୁଖ୍ୟ ଡାକ୍ତରଖାନାକୁ ପଠାଗଲା । ସେଠାରେ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ପଠାଯିବ ବୋଲି ସୂଚନା ମିଳିଛି । ୧୦ ଘଣ୍ଟାର ସଂଘର୍ଷ ପରେ ସମସ୍ତଙ୍କୁ ସଫଳତା ମିଳିଲା । ନିଜେ ମଥୁରି ଜୀବନ ପାଇଲେ, ଆଉ ଅଗ୍ନିଶମବାହିନୀ ତାଙ୍କୁ ସୁରକ୍ଷିତ ଉଦ୍ଧାର କଲା ।

{"id":215373,"width":575,"height":326,"sizeSlug":"large"}

ଉଦ୍ଧାର ପରେ ସମସ୍ତେ ଆଶ୍ଵସ୍ତ ହେଲେ ।  ଅଗ୍ନିଶମ ବାହିନୀ ସହ ସ୍ଥାନୀୟ ଜନତା ଓ ପ୍ରଶାସନର ଉଦ୍ୟମ ପାଇଁ ମଥୁରି ବାରିକ ନୂଆ ଜୀବନ ପାଇଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.