କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ

Published By : Prameya-News7 Bureau | October 23, 2020 IST

ଆଠମଲ୍ଲିକ ୨୩।୧୦: ଅନୁଗୋଳ ୫୫ ନମ୍ବର ଜାତୀୟ ରାଜପଥର କଣ୍ଟେନର ସହ ଧକ୍କା ହୋଇଛି ଟ୍ରକ୍ । ଦୁର୍ଘଟଣା ଫଳରେ ଘଟଣା ସ୍ଥଳିରେ ଟ୍ରକ୍ ଡ୍ରାଇଭର ପ୍ରକାଶ ନାଏକଙ୍କ ମୃତ୍ୟୁ ହୋଇଛି ।

{"id":349351,"sizeSlug":"large"}

ସୂଚନାଯୋଗ୍ୟ ଯେ, ସମ୍ବଲପୁର-ଅନୁଗୋଳ ୫୫ ନମ୍ବର ଜାତୀୟ ରାଜପଥର ଭାଂଗମୁଣ୍ଡାଠାରେ ସମ୍ବଲପୁର ଅଭିମୁଖେ ଯାଉଥିବା କଣ୍ଟେନର ସହିତ ଲୁହାଗୁଣ୍ଡ ନେଇ କଟକ ଆଡକୁ ଯାଉଥିବା ଟ୍ରକ୍ ମୁହାଁ ମୁହିଁ ଧକ୍କା ହୋଇଛି । ଦୁର୍ଘଟଣା ଫଳରେ ଟ୍ରକ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । କଣ୍ଟେନର ଚାଳକ ଗୁରୁତର ହୋଇଛନ୍ତି । ତାଙ୍କୁ କିଶୋରନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତ ଟ୍ରକ୍ ଡ୍ରାଇଭରଙ୍କ ଘର ଆଠମଲ୍ଲିକ ହଣ୍ଡପା ଥାନା ଅନ୍ତର୍ଗତ କୁଆଝରି ଗ୍ରାମରେ ବୋଲି ଜଣା ପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.