Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଟ୍ରକ ଡ୍ରାଇଭରଙ୍କଠୁ ଲୁଟ, ଜଣେ ଗିରଫ

8/08/2020 at 3:39 PM

ବୌଦ୍ଧ , ୦୮|୦୮: ବୌଦ୍ଧ ଥାନା  ହରଭଙ୍ଗା ବ୍ଲକ ଦେଇ ଯାଇଥିବା  ୫୭ ନମ୍ବର ଜାତୀୟ ରାଜପଥର ରlମ୍ଭିକଟା ଠାରେ ଟ୍ରକ ଡ୍ରାଇଭରଙ୍କଠୁ ଲୁଟ୍ କରାଯାଇଛି । ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି ।

ସୂଚନାନୁସାରେ, ରାମ୍ଭିକଟାଠାରେ ଶୁକ୍ରବାର ବିଳମ୍ବିତ ରାତ୍ରରେ ଦୁଇଟି ଟ୍ରକ ରାସ୍ତା କଡରେ ଠିଆ ହୋଇଥିଲା । ଏହି ସମୟରେ କିଛି ଦୁର୍ବୃତ୍ତ ସେଠାରେ ପହଁଚି  ଡ୍ରାଇଭରଙ୍କଠାରୁ  ୧୩ ହଜାର ଟଙ୍କା ଲୁଟି ନେଇଥିଲେ । ଏପରିକି ଗାଡିର କାଚ ମଧ୍ୟ ଭାଙ୍ଗି ଦେଇଥିଲେ  l ଏନେଇ ବୌଦ୍ଧ ଥାନାରେ  ଅଭିଯୋଗ ହେବା ପରେ ପୋଲିସ  ରା଼ମ୍ଭିକଟା ଗ୍ରାମର ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେହିପରି ଏହି ଘଟଣାରେ ଆଉ ୨ ଜଣ ଅଭିଯୁକ୍ତ ଫେରାର ଅଛନ୍ତି l  

   Related Posts