Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : MDH ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀଙ୍କ ପରଲୋକ
  • ||
  • ଗୋପ : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, କୋଭିଡ୍ ପଜିଟିଭ୍ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ଏଏସଆଇ
  • ||
  • ସୋର : ଘରେ ପଶିଲେ ଦୁର୍ବୃତ୍ତ, ବାପ-ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ
  • ||
  • କୋରାପୁଟ : ମିଳିଲାନି ଜାମିନ୍, ନିଜ ବେକ କାଟିଦେଲେ କଏଦୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||

ଟ୍ରକ ଡ୍ରାଇଭରଙ୍କ ଝିଅ ଅନୀତା ଯାଦବ ‘ମିଶନ ଶକ୍ତି’ର ବ୍ରାଣ୍ଡ ଆମ୍ବାସଡର

21/10/2020 at 12:38 PM

ଲକ୍ଷ୍ମୌ ୨୧/୧୦: ମହିଳାଙ୍କ ସଶକ୍ତ ଦିଗରେ ଯୋଗୀ ସରକାର ବଡ଼ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି କ୍ରମରେ ଯୋଗୀ ଆଦିତ୍ୟନାଥ  ଓ ଉତ୍ତର ପ୍ରଦେଶ ପୋଲିସ ‘ମିଶନ ଶକ୍ତି’ ପାଇଁ ବ୍ରାଣ୍ଡ ଆମ୍ବାସଡର ମନୋନୀତ କରିଛନ୍ତି। ରାଜ୍ୟ ସରକାର ଟ୍ରକ ଚାଳକ ଝିଅ ଓ ୟୁପି ପୋଲିସ କନଷ୍ଟେବଲ ଅନୀତା ଯାଦବଙ୍କୁ ବ୍ରାଣ୍ଡ ଆମ୍ବାସଡର କରିଛି। ଅନିତା ରାଜ୍ୟର ୭୫ ଜିଲ୍ଲାରେ ମୁତୟନ ମହିଳା ପୋଲିସକର୍ମୀଙ୍କ ମଧ୍ୟରୁ ପ୍ରଥମ ଝିଅ ଯିଏ କି ମିଶନର ଶକ୍ତିର ବ୍ରାଣ୍ଡ ଆମ୍ବାସଡର ହୋଇଛନ୍ତି। ମିଶନ ଶକ୍ତି ହୋଡିଂରେ ତାଙ୍କ ଫଟୋ ଚାରିଆଡେ ଲାଗିଛି। ତେବେ ଅନୀତା ଏବେ ଲକ୍ଷ୍ମୌରେ ଅଛନ୍ତି।

ଟ୍ରକ ଚାଳକ କେଦାରନାଥ ଯାଦବ ସୁଲତାନପୁର ଜିଲ୍ଲା କାଦିପୁର ଗାଁରେ ରହନ୍ତି। କେଦାରନାଥ ତିନି ପିଲାଙ୍କୁ ଉତ୍ତମ ଶିକ୍ଷା ସହ ସଂସ୍କାର ମଧ୍ୟ ଦେଇଛନ୍ତି। ୨୦୧୬ରେ ତାଙ୍କ ସାନ ଝିଅ ଅନିତା ଯାଦବଙ୍କୁ ପୋଲିସ ବିଭାଗରେ ନିଯୁକ୍ତି ମିଳିଥିଲା। ଏହା ସହ ସେ ଗରିବ ପିଲାଙ୍କ ଖୁସି ଦେବା ଦିଗରେ ଅଭିଯାନ ଚଳାଇ ଥିଲେ।

ଚାକିରି ସହ ସେ ଗରିବ ଅସହାୟ ପିଲାଙ୍କୁ ନିଜ ଦରମାର ଅଧା ଅଂଶ ସେମାନଙ୍କ ପାଇଁ ଖର୍ଚ କରନ୍ତି। କେତେବେଳେ ସେମାନଙ୍କୁ ଭଲ ପୋଷାକ ତ ବହି ପତ୍ର ଆଦି ଜିନିଷ ଯୋଗାନ୍ତି। ଏହା ସହ ସେ ମହିଳା ପୋଲିସକର୍ମୀଙ୍କ ସାହାଯ୍ୟରେ ପିଲାଙ୍କୁ ସ୍କୁଲ ପଠାଇବା ବ୍ୟବସ୍ଥା କରିଛନ୍ତି।

ସୂଚନା ଅନୁସାରେ ମିଶନ ଶକ୍ତି ହୋଡିଂ ପାଇଁ ୧୪୦ ମହିଳା ପୋଲିସଙ୍କ ତାଲିକା ପ୍ରସ୍ତୁତ କରାଯାଇଥିଲା। ତେବେ ଏଥିରେ ଅସହାୟ ଓ ଗରିବ ସାହାଯ୍ୟ ପାଇଁ ଚର୍ଚିତ ଥିବା ଅନୀତାଙ୍କୁ ମିଶନ ଶକ୍ତିର ବ୍ରାଣ୍ଡ ଆମ୍ବାସଡର ଭାବେ ମନୋନୀତ କରାଯାଇଛି। ଅନୀତ ଏ ପାଇଁ ଖୁବ ଖୁସିଥିବା କହିଛନ୍ତି।

   Related Posts