ଟ୍ରକ୍ ହେଲପର ମାଡରେ ଡ୍ରାଇଭର ଗୁରୁତର, ଅଭିଯୁକ୍ତ ଗିରଫ

Published By : Prameya-News7 Bureau | January 29, 2021 IST

ପାଟଣା ୨୯।୧: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥର ହାତୀବାରି ନିକଟରେ ଏକ ୧୨ ଚକିଆ ଟ୍ରକ୍ ର ହେଲପରଙ୍କ ଜ୍ୟାକ୍ ରଡ୍ ଆକ୍ରମଣରେ ଡ୍ରାଇଭର ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ମେଡିକାଲରେ ଭର୍ତ୍ତି କରାଯାଇଛି ।

{"id":400329,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ଟ୍ରକଟି ପେପର ବୋଝେଇ କରି କୋଲକତା ଅଭିମୁଖେ ଯାଉଥିବା ସମୟରେ ୪୯ ନମ୍ବର ଜାତୀୟ ରାଜପଥର ହାତୀବାରି ନିକଟରେ ସେମାନଙ୍କ ଟ୍ରକର ପମ୍ପଚର ଟାୟାର ଖୋଲିବା ସମୟରେ ଉଭୟ ଡ୍ରାଇଭର ଓ ହେଲପରଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ହେଲପର ଉତକ୍ଷିପ୍ତ ହୋଇ ଟାୟାର ଖୋଲୁଥିବା ଜ୍ୟାକ୍ ରଡ୍ ରେ ଡ୍ରାଇଭରକୁ ଆକ୍ରମଣ କରିଥିଲା ।  ଗୁରୁତର ଡ୍ରାଇଭର ଜଣଙ୍କ ବିହାର ଦେଓଘର ଜିଲ୍ଲା ଦେବୀପୁର ଥାନା ବାରଗୁନିଆ ଗ୍ରାମର ଭୁବନେଶ୍ବର ଚୌହାନ ବୋଲି ଜଣାପଡିଛି ।

{"id":400330,"sizeSlug":"large","linkDestination":"none"}

ସେପଟେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଡ୍ରାଇଭର। ଆକ୍ରମଣ କରିଥିବା ଟ୍ରକ୍ ହେଲପରକୁ ତୁରୁମୁଙ୍ଗା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ହେଲପର ଜଣଙ୍କ ବିହାର ସୀତାମାଢି ଜିଲ୍ଲା ରାସଲପୁରର ଲାଲୁ ସାହାଣୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.