ପ୍ରଥମ ଦିନରେ ମୋଟା ଅଙ୍କର ଫାଇନ୍, ଲକ୍ଷେ ୧୦ହଜାର ୮ଶହ ଟଙ୍କାର ତଣ୍ଡ ଗଣିଲେ ଟ୍ରକ୍ ଡ୍ରାଇଭର

Published By : Prameya-News7 Bureau | March 01, 2020 IST

ରାୟଗଡା ୧।୩ : ଆଜିଠାରୁ କଡାକଡି ଲାଗୁ ହୋଇଛି ନୂଆ ମୋଟ ଯାନ ଆଇନ । ରାଜ୍ୟର ବିଭିନ୍ନ ସ୍ଥାନରେ କଡା କଡି ଯାଞ୍ଚ କରାଯାଉଛି । ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ମୋଟା ଅଙ୍କର ଫାଇନ୍ ମଧ୍ୟ ଆଦାୟ କରାଯାଉଥିବା ଦେଖିବାକୁ ମିଳିଛି । ରାୟଗଡାରେ ପ୍ରଥମ ଦିନରେ ବଡଧରଣର ଫାଇନ୍‌ ଆଦାୟ ହୋଇଛି । ୩୨୬ ନମ୍ଵର ଜାତୀୟ ରାଜପଥର ସ୍ଥାନୀୟ ଖଲିଗୁଡାଠାରେ ଆଞ୍ଚଳିକ ପରିବହନ ଓ ପୋଲିସ ବିଭାଗ ମିଳିତ ଟ୍ରାଫିକ ଚେକିଂ କରାଯାଇଥିଲା । ଏହି ସମୟରେ ଆନ୍ଧ୍ରପ୍ରଦେଶରୁ କାଠ ବୋଝେଇ କରି ନେଇ ଆସୁଥିବା ଏକ  ଟ୍ରକ (ନମ୍ବର AP 31TW 3249) କୁ ଅଟକାଇ ଯାଞ୍ଚ ସମୟରେ ପରମିଟ୍ ନଥିବା ତଥା ଓଡିଶା ଟ୍ୟାକ୍ସ ପୈଠ କରି ନଥିବାରୁ ୧ ଲକ୍ଷ ୧୦ଜହାର ୮ଶହ ଟଙ୍କା ଜୋରିମାନା ଆଦାୟ କରିଛି ପରିବହନ ବିଭାଗ ।

{"id":231155,"sizeSlug":"large"}

ସେହିପରି ଟ୍ରିପଲ ଡ୍ରାଇଭିଂ, ବିନା ହେଲମେଟ, ସିଟ୍ ବେଲ୍ଟ ନ ବାନ୍ଧିବା, ଦ୍ରୁତ ଗତିରେ ଗାଡି ଚାଳନା, ବିନା ବୀମା ଓ ଗାଡି କାଗଜପତ୍ର ନ ଥିବା ଗାଡି ଚାଳକଙ୍କଠାରୁ ଜରିମନା ଆଦାୟ କରାଯାଇଛି । ରାୟଗଡା ଆରଟିଓ ଦିଲ୍ଲୀପ କୁମାର ଦଳେଇ,ଏମଭିଆଇ ଶିବଶଙ୍କର ଚୌଧୁରୀ,ଏସଡିପିଓ ତପନ ନାରାୟଣ ରଥଙ୍କ ସମେତ ଏସଆଇ ରିଗାନ କିଣ୍ଡୋ,ଏଏସଆଇ ପି.ରାବଣା ଓ ଗୋପାଳ ନାୟକ ପ୍ରମୁଖ ଟ୍ରାଫିକ୍ ଚେକିଂରେ ଉପସ୍ଥିତ ରହିଥିଲେ ।

{"id":231157,"sizeSlug":"large"}

ଅନ୍ୟପଟେ ଭୁବନେଶ୍ବରରେ ବାଇକ୍ ଚାଳକଙ୍କୁ ୨୨ ହଜାର ଟଙ୍କାର ଫାଇନ୍ ଆଦାୟ ହୋଇଛି । ଭୁବନେଶ୍ବର RTO-2 ତରଫରୁ ଚେକିଂ ଚାଲିଥିବା ବେଳେ ଏହି ଫାଇନ୍ ଆଦାୟ ହୋଇଥିବା ଜଣାପଡିଛି । ବାଇକ୍ ଚାଳକଙ୍କର ଡ୍ରାଇଭିଂ ଲାଇସେନ୍ସ, ହେଲମେଟ୍, ଇନ୍ସ୍ୟୁରାନ୍ସ, ପଲ୍ୟୁସନ୍ ଓ ରି-ରେଜିଷ୍ଟ୍ରେସନ୍ ନଥିଲା ।

{"id":231158,"sizeSlug":"large"}

ସୂଚନାଯୋଗ୍ୟ ଯେ, ସରକାର ଦେଇଥିବା ୬ମାସ ଟ୍ରାଫିକ୍ ନିୟମ କୋହଳ ଅବଧି ଶେଷ ହୋଇଯାଇଛି । ଡ୍ରାଇଭିଂ ଲାଇସେନ୍ସ, ଇନସ୍ୟୁରାନ୍ସ, ପ୍ରଦୂଷଣ ସାର୍ଟିଫିକେଟ୍, ଫିଟନେସ୍, ପରମିଟ୍ ଭଳି କାଗଜପତ୍ର ତିଆରି କରିବା ଲାଗି କଣ୍ଟ ଆଜି ଶେଷ ହୋଇଛି । ଯେଉଁ ଗାଡ଼ି ଚାଳକ ନିୟମ ଉଲ୍ଲଂଘନ କରୁଛନ୍ତି କିମ୍ବା ଆବଶ୍ୟକ କାଗଜପତ୍ର ରଖି ନ ଥିବେ, ସେମାନଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଛି। ଏନେଇ ଶନିବାର ରାଜ୍ୟ ପରିବହନ କମିସନର ରାଜ୍ୟର ସମସ୍ତ ଜିଲ୍ଲାପାଳ ଏସପି ଓ ଡିଏସପିମାନଙ୍କୁ ଚିଠି ଲେଖିଥିଲେ । ଗତ ସେପ୍ଟେମ୍ବର ପହିଲାରେ ଦେଶରେ ସଂଶୋଧିତ ମୋଟରଯାନ ଆଇନ ଲାଗୁ ହୋଇଥିଲା।

{"id":231159,"sizeSlug":"large"}

ବିଭିନ୍ନ ସ୍ଥାନରେ ନିୟମ ଉଲ୍ଲଙ୍ଘନକାରୀଙ୍କଠାରୁ ମୋଟା ଅଙ୍କର ଜୋରିମାନା ରାଶି ଆଦାୟ କରାଯାଇଥିଲା। ଏହାକୁ ନେଇ ଗାଡି ଚାଳକଙ୍କ ମଧ୍ୟରେ କୋକୁଆ ଭୟ ଦେଖିବାକୁ ମିଳିଥିଲା। ପରେ ସଂଶୋଧିତ ମୋଟରଯାନ ଆଇନକୁ କୋହଳ କରିବା ପାଇଁ ବିଭିନ୍ନ ମହଲରୁ ଦାବି ମଧ୍ୟ ଉଠିଥିଲା। ପ୍ରଥମେ ତିନି ମାସ ଯାଏଁ ଓ ପରେ ମାର୍ଚ୍ଚ ପର୍ଯ୍ୟନ୍ତ ଏହି ନିୟମକୁ କୋହଳ କରାଯାଇଥିଲା। ଗାଡିର ସମସ୍ତ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ପ୍ରସ୍ତୁତ କରିବା ପାଇଁ ସାଧାରଣ ଲୋକଙ୍କୁ ୬ ମାସର କଣ୍ଟ ଦିଆଯାଇଥିଲା। ଏବେ ଦ୍ବିତୀୟ ପର୍ଯ୍ୟାୟ କଣ୍ଟ ପୁରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.