ଅଜଣା ଗାଡି ଧକ୍କାରେ ଟ୍ରକ୍ ଡ୍ରାଇଭରଙ୍କ ମୃତ୍ୟୁ

Published By : Prameya-News7 Bureau | July 17, 2019 IST

ବଡବିଲ ୧୭|୭:  ଅଜଣା ଗାଡ଼ି ଧକ୍କାରେ ଟ୍ରକ୍ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ମୃତକ ଛତିଶଗଡ଼ ରାଜ୍ୟ ବାଲଦ ଜିଲ୍ଲା ଅନ୍ତର୍ଗତ ଅର୍ଜୁନଦା ଅଂଚଳର ଦ୍ବାରିକା ଯାଦବ । ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ଟ୍ରକ୍ ହେଲପର ଲେଖଚାନ୍ଦ ଠାକୁରର କହିବା ଅନୁସାରେ ସିଜି ୦୮ଜେଡ୍ ୨୩୧୧ ନମ୍ବର ଟ୍ରକ୍ ନେଇ ଡ୍ରାଇଭର ଦ୍ବାରିକା ଯାଦବ ସହ ଯୋଡ଼। ଅଂଚଳକୁ ଆଇରନ ଓର୍ ଲୋଡିଂ ପାଇଁ ଆସିଥିଲେ । ଗତ ରାତିରେ ସେମାନେ ୫୨୦ ନଂ ଜାତୀୟ ରାଜପଥର ଯୋଡ଼। ଆଇବି ନିକଟ ନିର୍ମ।ଣାଧିନ ରାସ୍ତା କଡ଼ରେ ଟ୍ରକକୁ ଛିଡ଼।କରି ଶୋଇଥିଲେ । ଆଜି ବଡ଼ି ଭୋର ସମୟରେ ଟ୍ରକ କଡ଼ରେ  ଡ୍ରାଇଭରଙ୍କ କ୍ଷତବିକ୍ଷତ ମୃତଦେହ ଦେଖିଥିଲେ ହେଲପର । ତେବେ ଅତ୍ୟଧିକ ଗରମ ଯୋଗୁ ଡ୍ରାଇଭର ଟ୍ରକରୁ ଓହ୍ଲାଇ ରାସ୍ତାକଡ଼ରେ ଶୋଇଥିଲେ ଏବଂ କୌଣସି ଏକ ଗାଡ଼ି ତାଙ୍କୁ ଧକ୍କା ଦେଇ  ଚାଲିଯାଇଥିବା ସନ୍ଦେହ କରାଯାଉଛି । ଏନେଇ ଯୋଡ଼। ପୋଲିସ ଛାନଭିନ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.