ଟ୍ରକ୍ ଓଲଟି ହେଲପର ମୃତ, ଡ୍ରାଇଭର ଗୁରୁତର

Published By : Prameya-News7 Bureau | November 14, 2019 IST

ଯୋଡା ୧୪।୧୧ - ଟ୍ରକ୍ ଓଲଟି ହେଲପର ମୃତ, ଡ୍ରାଇଭର ଗୁରୁତର । ଆଜି ଅପରାହ୍ଣରେ ଯୋଡ଼।-ରଣାଶାଳ ରାସ୍ତାର ଡି.ଭି. ସିଂ ଗୁଡ଼। ନିକଟରେ ଏହି ଦୁର୍ଘଟଣା ଘଟିଛି । ଓଡି ୦୯ଏ ୪୧୪୯ ନମ୍ବର  ବିଶିଷ୍ଟ ଏକ ୧୨  ଚକିଆ ଟ୍ରକ୍ ରାସ୍ତାରେ ଯାଉଥତ୍ବା ସମୟରେ ହଠାତ୍ ଭାରସାମ୍ୟ ହରାଇ ଓଲଟି ପଡ଼ଥିତ୍ଲା । ଦୁର୍ଘଟଣାରେ ଟ୍ରକର ହେଲପର ପିଙ୍କୁ ନାଏକ  ସାଂଘାତିକ ଭାବେ ଚାପିହୋଇ ମୃତୁୟବରଣ କରିଥତ୍ବା ବଳେ, ଡ୍ରାଇଭର ଧରଣୀଧର ନାୟକ ଗୁରୁତର ଆହତ ହୋଇଥିଲେ  ।

ଆହତ ଡ୍ରାଇଭରକୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ଟାଟା ଷ୍ଟିଲ ମେଡିକାଲକୁ ନିଆଯାଇ ଆଇସିୟୁରେ ଭର୍ତ୍ତି କରାଯାଇଥଲା । ଘଟଣାର ଖବର ପାଇ ପୋଲିସ ଏବଂ ଅଗ୍ନିଶମ କର୍ମଚାରୀ ଦୁର୍ଘଟଣା ସ୍ଥଳରେ ପହଁଚିବା ପରେ କ୍ରେନ୍ ଅଣାଯାଇ ମୃତଦେହକୁ ଉଦ୍ଧାର କରିଥିଲେ  । ଯୋଡ଼। ପୋଲିସ ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ଜବତ୍ କରିବା ସହ ମୃତଦେହକୁ ଜବତ୍ କରି ଅଧତ୍କ ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.