ସିରିଜ୍ ଦୁର୍ଘଟଣା : ୩ଟି ଟ୍ରକ୍ ଦୁର୍ଘଟଣାଗ୍ରସ୍ତ, ଜଣେ ଟ୍ରକ୍ ଚାଳକ ମୃତ

Published By : Prameya-News7 Bureau | February 11, 2019 IST

ସିମୁଳିଆ ୧୧|୨:  ସିମୁଳିଆ ଥାନା ଏନଏଚ-୧୬ ଭଗିଆ ଛକଠାରେ ସିରିଜ ଦୁର୍ଘଟଣା ହୋଇଛି । ୩ଟି ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ଫଳରେ ଜଣେ ଟ୍ରକ୍ ଚାଳକଙ୍କ ମୃତ୍ୟୁ ହୋଇଛି । ଘଟଣାର ତଦନ୍ତ କରୁଛି ପୋଲିସ ।

{"id":84057}

ସୂଚନା ଅନୁସାରେ ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଏନଏଚ-୧୬ ଭଗିଆ ଛକଠାରେ ଏକ କୋଇଲା ବୋଝେଇ ଟ୍ରକକୁ ପଛପଟୁ ଆଉ ଏକ ଟ୍ରକ୍ ଧକ୍କା ଦେଇଛି । ପରେ ଆଉ ଏକ ଟ୍ରକ୍ ଆସି ଦୁର୍ଘଟଣାଗ୍ରସ୍ତ ଟ୍ରକରେ ପିଟି ହୋଇଯାଇଥିଲା । ଫଳରେ ଜଣେ ଟ୍ରକ୍ ଚାଳକଙ୍କ ମୃତ୍ୟୁ ହୋଇଛି । ମୃତ ଟ୍ରକ ଚାଳକ ଦୁର୍ଘଟଣା ଘଟିଥିବା ଟ୍ରକରେ ଦୀର୍ଘ ସମୟ ଧରି ଝୁଲି ରହିଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.