ଦାଦାବଟିକୁ କେନ୍ଦ୍ର କରି ଲଙ୍କାକାଣ୍ଡ

Published By : Prameya-News7 Bureau | May 29, 2018 IST

ଦାଦାବଟିକୁ କେନ୍ଦ୍ର କରି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକରେ ଲଙ୍କାକାଣ୍ଡ । ଲୋକଙ୍କୁ ବୁଝାସୁଝା କରିବାକୁ ଯାଇଥିବା ପୋଲିସ ମଧ୍ୟ ଲୋକଙ୍କ ଆକ୍ରୋଶର ସିକାର ହୋଇଛି । ପୋଲିସ ଉପରକୁ ଢେଲା ପଥର ମାଡ କରାଯାଇଛି । ଏଥିରେ କିଛି ପୋଲିସ କର୍ମଚାରୀଙ୍କ ସହ ସ୍ଥାନୀୟ ବାସିନ୍ଦା ମଧ୍ୟ ଆହତ ହୋଇଛନ୍ତି । ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ଗାଁରେ ଗଛ ପକାଇ ଲୋକେ ରାସ୍ତା ଅବରୋଧ କରିଛନ୍ତି । ଫଳରେ ରାୟଗଡା, କୋରାପୁଟ କନ୍ଧମାଳ, ଗଜପତି ଆଦି ଅଞ୍ଚଳକୁ ଯୋଗାଯୋଗ ବିଛିନ୍ନ ହୋଇଛି । ଏପରିକି ଉତ୍ତ୍ୟକ୍ତ ଲୋକେ ସେହି ବାଟ ଦେଇ ଯାଉଥିବା ଆମ୍ବୁଲାନ୍ସକୁ ମଧ୍ୟ କିଛି ସମୟ ଅଟକାଇ ଦେଇଥିଲେ । ରାସ୍ତା ଅବରୋଧ ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଯାନବାହନ ଅଟକି ରହିଛି । ଗତକାଲି ବିଳମ୍ବିତ ରାତିରେ ଟି.ଗୋବିନ୍ଦପୁର ଗାଁର ଟ୍ରକ ଡ୍ରାଇଭର ପ୍ରହ୍ଲାଦ ନାୟକ କିଛି ଦୁର୍ବୃତ୍ତ ମାଡ ମାରିଥିଲେ । ତପ୍ତପାଣି ଘାଟିରେ ପ୍ରହ୍ଲାଦଙ୍କ କାଜୁ ବୋଝେଇ ଟ୍ରକକୁ ଅଟକାଇ ଦୁର୍ବୃତ୍ତମାନେ ଦାଦାବଟି ମାଗିଥିଲେ । ସେ ନଦେବାରୁ ମାଡ ମାରିବା ସହ ଟଙ୍କା ଛଡାଇ ନେଇଛନ୍ତି । ଏହାର ପ୍ରତିବାଦରେ ଗ୍ରାମବାସୀ ରାସ୍ତା ଅବରୋଧ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.