ଲାଞ୍ଚ ନଦେଲେ ଗାଡି ଗଡିବନି : ଟ୍ରକ ମାଲିକ ଓ ଡ୍ରାଇଭର ବର୍ଷକୁ ଦେଉଛନ୍ତି ୪୮ହଜାର କୋଟି ଟଙ୍କା ଉତ୍କୋଚ

Published By : Prameya-News7 Bureau | February 29, 2020 IST

ନୂଆଦିଲ୍ଲୀ ୨୯।୦୨: ଦେଶରେ ଲାଞ୍ଚ ନେଉଥିବା ମାମଲାରେ ଏକ ନୂତନ ତଥ୍ୟ ସାମ୍‌ନାକୁ ଆସିଛି । ଟ୍ରକ ଡ୍ରାଇଭର ଓ ମାଲିକ ପ୍ରତିବର୍ଷ ବିପୁଳ ପରିମାଣର ଲାଞ୍ଚ ଦେଉଛନ୍ତି । ଏହି ଲାଞ୍ଚ ଟ୍ରାଫିକ୍‌ ଓ ହାଇଓ୍ବେ ପୋଲିସ, ଟ୍ରାନ୍ସପୋର୍ଟ ଓ ଟ୍ୟାକ୍ସ ଅଧିକାରୀଙ୍କୁ ଦିଆଯାଉଛି । ଦେଶର ୧୦ଟି ପ୍ରମୁଖ ପରିବହନ ଓ ପାରଗମନ କେନ୍ଦ୍ରରେ କରାଯାଇଥିବା ସର୍ଭେରୁ ଜଣାପଡିଛି । ଏପରି କି ସ୍ଥାନୀୟ ପୂଜା ସମିତିର ସଦସ୍ୟ ଧମକ ଦେଇ ଟଙ୍କା ଆଦାୟ ମଧ୍ୟ କରୁଛନ୍ତି । କିଛି ଡ୍ରାଇଭରଙ୍କୁ ନେଇ କରାଯାଇଥିବା ସର୍ଭେ ମଧ୍ୟରୁ ୮୨ପ୍ରତିଶତ ଡ୍ରାଇଭର ଏହା ମାନିଛନ୍ତି ଯେ, ସେମାନଙ୍କ ଶେଷ ଯାତ୍ରାରେ କୌଣସି ନା କୌଣସି ଅଧିକାରୀଙ୍କୁ ଲାଞ୍ଚ ଦେଇଛନ୍ତି ।

{"id":230775,"width":581,"height":411,"sizeSlug":"large"}

ସଡ଼କ ସୁରକ୍ଷା ଓ ପରିବହନ ବିଭାଗରେ କାମ କରୁଥିବା ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ଭେରେ କୁହାଯାଇଛି ଯେ, ଟ୍ରକ ଡାଇଭରମାନେ ବାର୍ଷିକ ୪୦ ହଜାର କୋଟି ଟଙ୍କା ଲାଞ୍ଚ ଦେଉଛନ୍ତି । ଏହା ଦ୍ୱାରା ସେମାନେ ଟ୍ରକ ନେଇ ଆଗାକୁ ଯାଇପାରିବେ । ଏଥିରେ ରାଜ୍ୟ ରାଜପଥ କର୍ତ୍ତୃପକ୍ଷଙ୍କ ଲୋକ, ଟ୍ରାଫିକ ପୋଲିସ ଓ ଆରଟିଓ ବିଭାଗରେ କାର୍ଯ୍ୟରତ ଅଧିକାରୀ ଏହି ଟଙ୍କା ଆଦାୟ କରୁଛନ୍ତି । ସେହିପରି ଟ୍ୟାକ୍ସ ସଂଗ୍ରହ କରୁଥିବା ସଂସ୍ଥାର କର୍ମଚାରୀମାନେ ଓ ଦୁର୍ବୃତ୍ତମାନଙ୍କ ଶିକାର ହେଉଛନ୍ତି ଟ୍ରକ ଚାଳକ ।

{"id":230776,"width":573,"height":323,"sizeSlug":"large"}

ସର୍ଭେରେ ୧୨୧୭ ଟ୍ରକ ଡ୍ରାଇଭର ଓ ୧୧୦ ଟ୍ରକ ମାଲିକ ସାମିଲ ଥିଲେ , ବର୍ତ୍ତମାନ ସମୟରେ ଚାଲିଥିବା ଭଷ୍ଟ୍ରାଚାର ବିଷୟରେ କହିଛନ୍ତି । ପ୍ରତି ଗସ୍ତରେ ପାଖାପାଖି ବିଭିନ୍ନ ଉପାୟରେ ୧୨୫୭ଟଙ୍କା ଲାଞ୍ଚ ଦେବାକୁ ପଡିଥାଏ । ରାଷ୍ଟ୍ରୀୟ ସ୍ତରରେ ୬୭ପ୍ରତିଶତ ଡ୍ରାଇଭର ଟ୍ରାଫିକ ବା ପୋଲିସ ଅଧିକାରୀଙ୍କୁ ଲାଞ୍ଚ ଦେଇଥାନ୍ତି । ଦେଶରେ ସବୁଠାରୁ ଅଧିକ ଭଷ୍ଟ୍ରାଚାର ଗୌହାଟିରେ ହେଉଛି ବୋଲି ରିପୋର୍ଟର ଆସିଛି । ଗୌହାଟିରେ ୯୭.୫ ପ୍ରତିଶତ ଡ୍ରାଇଭର ଲାଞ୍ଚ ଦେଉଥିବାର କଥା କହିଛନ୍ତି । ଏହାପରେ ୨ୟ ସ୍ଥାନରେ ଚେନ୍ନାଇର ୮୯ପ୍ରତିଶତ, ଦିଲ୍ଲୀ ୮୪.୪ ପ୍ରତିଶତ ସହ ୩ୟ ସ୍ଥାନରେ ରହିଛି ।

{"id":230777,"width":578,"height":332,"sizeSlug":"large"}

ସର୍ଭେରେ ୪୪ପ୍ରତିଶତ ଡ୍ରାଇଭରମାନେ ଆରଟିଓ ଅଫିସରଙ୍କୁ ଲାଞ୍ଚ ଦେଇଥିବା କଥା କହିଛନ୍ତି । ଏଥିରେ ବେଙ୍ଗାଲୁରୁ ସବୁଠାରୁ ଉପରେ ରହିଛି । ବେଙ୍ଗାଲୁରୁରେ ୯୪ ପ୍ରତିଶତ ଲାଞ୍ଚ ଦେବା କଥା ମାନିଛନ୍ତି ଡ୍ରାଇଭର । ଏହାପରେ ଗୌହାଟି ୯୩.୪ ପ୍ରତିଶତ ସହ ୨ୟ ସ୍ଥାନ ।

{"id":230781,"width":581,"height":374,"sizeSlug":"large"}

ସର୍ଭରେ ୪୭ ପ୍ରତିଶତ ଡ୍ରାଇଭର ଲାଇସେନ୍ସ ରିନ୍ୟୁ କରିବାକୁ ଲାଞ୍ଚ ଦେଇଥାନ୍ତି। ମୁମ୍ବାଇରେ ୯୩ ପ୍ରତିଶର ଡ୍ରାଇଭର(ଷ୍ଟଡିରେ ଭାଗ ନେଇଥିବା) ଲାଇସେନ୍ସ କରିବାପାଇଁ ଲାଞ୍ଚର ସାହାରା ନେଇଛନ୍ତି, ସେଭଳି ଗୌହାଟିର ୮୩ ପ୍ରତିଶତ ଓ ଦିଲ୍ଲୀ ଏନସିଆରର ୭୮ ପ୍ରତିଶତ ଲୋକ ଏଥିପାଇଁ ଲାଞ୍ଚ ନେଇଥାନ୍ତି। ଲାଞ୍ଚର ମୂଲ୍ୟ ସବୁଠାରୁ ଅଧିକ ଦିଲ୍ଲୀରେ(୨୦୨୫ଟଙ୍କା) ରହିଛି, ସେଭଳି ଡ୍ରାଇଭରମାନେ ଆଭରେଜ୍ ଅନୁସାରେ ୧୭୮୯ ଟଙ୍କା ଲାଞ୍ଚ ଦେଇଥାନ୍ତି।

{"id":230782,"sizeSlug":"large"}

ସଂସ୍ଥାର ରିପୋର୍ଟ ଅନୁସାରେ ଟ୍ରକ ଡାଇଭରମାନଙ୍କୁ ଦିନରେ ପାଖାପାଖି ୧୨ ଘଣ୍ଟା ଯାଏଁ ଟ୍ରକ ଚଳାଇବାକୁ ପଡ଼ିଥାଏ । ପାଖାପାଖି ୫୦ ପ୍ରତିଶତ ଡ୍ରାଇଭର କ୍ରମାଗତ ଭାବେ ଟ୍ରକ ଚଳାଇଥାନ୍ତି । ସେଥିପାଇଁ ସେମାନେ ଥକି ଯାଇଥାନ୍ତି । ସର୍ଭେରେ ସାମିଲ ପ୍ରତି ୫ ଜଣଙ୍କ ମଧ୍ୟରୁ ଜଣେ କୁହନ୍ତି, ନିଦ ପାଇଁ ସେମାନେ ଡ୍ରଗ୍ସ ସେବନ କରିଥାନ୍ତି । କୋଲକାତାରେ ଏଭଳି ଡ୍ରାଇଭରଙ୍କ ସଂଖ୍ୟା ଅଧିକ । ଏହା ପରେ ଉତ୍ତର ପ୍ରଦେଶର କାନପୁର ଏବଂ ଦିଲ୍ଲୀ-ଏନସିଆରର ଡ୍ରାଇଭରଙ୍କ ନମ୍ବର ଆସିଥାଏ ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.