ଟ୍ରକ୍କୁ ପଛରୁ ପିଟିଲା ଟ୍ରକ୍ : ଡ୍ରାଇଭର ଓ ହେଲପର ଆହତ
31/10/2019 at 4:05 PM

ପାଟଣା ୩୧|୧୦: ଟ୍ରକକୁ ପଛପଟୁ ପିଟିଲା ଆଉ ଏକ ଟ୍ରକ୍ । ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭର ଓ ହେଲପର ଆହତ ହୋଇଛନ୍ତି । ଉଭୟଙ୍କୁ ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ରାଜପଥ ଧନୁର୍ଜୟପୁର ନିକଟରେ ଭୋରରୁ ଏକ ଆଇରନ ବୋଝେଇ ଟ୍ରକ୍ ଛିଡା ହୋଇଥିଲା । ସେହି ସମୟରେ ପଛପଟୁ ଆସୁଥିବା ଆଉ ଏକ ଆଇରନ ବୋଝେଇ ଟ୍ରକ୍ ଛିଡ଼ା ହୋଇଥିବା ଟ୍ରକକୁ ଧକ୍କା ଦେଇଥିଲା । ଫଳରେ ଧକ୍କା ଦେଇଥିବା ଟ୍ରକର ଡ୍ରାଇଭର ଓ ହେଲପର ଆହତ ହୋଇଛନ୍ତି। ଘଟଣାସ୍ଥଳରେ ତୁରୁମୁଙ୍ଗା ପୋଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଦୁଇ ଟ୍ରକକୁ ଜବତ କରି ତଦନ୍ତ ଚଳାଇଛି।
Related Posts
କରୋନାରେ ଆକ୍ରାନ୍ତ ହେଲେ ପୂର୍ବତନ ବିଧାୟକ, ହସ୍ପିଟାଲରେ ଭର୍ତ୍ତି
20 April 2021