ମାଲବାହୀ ଟ୍ରକ ଧକ୍କାରେ ମାଆର ମୃତ୍ୟୁ, ପୁଅ ଅଚେତ୍‌: କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କଲେ ସ୍ଥାନୀୟ ଲୋକେ

Published By : Prameya-News7 Bureau | July 03, 2020 IST

କୋଟଗଡ଼୩/୭: ମାଲବାହୀ ଟ୍ରକ ଧକ୍କାରେ ମହିଳାଙ୍କ ମୃତ୍ୟୁ। ଘଟଣାସ୍ଥଳରେ ଉତ୍ତେଜନ ଲାଗି ରହିଛି। କୋଟଗଡ ବ୍ଲକ ଏବଂ ତୁମୁଡିବନ୍ଧ ଥାନା  ଅନ୍ତର୍ଗତ ଜରିଘାଟିରେ ଏହି ଦୁର୍ଘଟଣା ଘଟିଛି। ସୂଚନା  ମୁତାବକ, ଗୋଟିଏ ବାଇକ୍‌ରେ ମାଆ- ପୁଅ କୋଟଗଡ଼ରୁ ବାଲିଗୁଡା  ଯାଉଥିବା ବେଳେ ସାମ୍ନା ପଟୁ ଡାହାଣ ଆଡୁ ଏକ ମାଲବାହୀ ଟ୍ରକ MH40BG6057 ଦ୍ରୁତ ଗତିରେ ଆସି ବାଇକ୍‌କୁ ଧକ୍କା ଦେଇଥିଲା। ଯାହାଫଳରେ ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମାଆ ତୁଳସା ରଣା। ତାଙ୍କ ବୟସ ୫୫ ବର୍ଷ। ତାଙ୍କ ମୁଣ୍ଡ ଉପରେ ଟ୍ରକ ର ଆଗ ଚକ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ଏବଂ ପୁଅ ପିଣ୍ଟୁ ରଣା ପଡି ଅଚେତ୍ ହୋଇଯାଇଥିଲେ। ଏହା ପରେ ଅଚେତ୍‌ ଅବସ୍ଥାରେ ପୁଅ ପିଣ୍ଟୁଙ୍କୁ କୋଟଗଡ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ଦିଆଯାଇଛି |

 ତେବେ ଦୁର୍ଘଟଣା  ପରେ ଟ୍ରକ ଡ୍ରାଇଭର ଓ ହେଲପର୍‌ ଫେରାର ହୋଇଯାଇଥିବା ବେଳେ କ୍ଷତିପୂରଣ ଦାବି ନେଇ ସ୍ଥାନୀୟ ଲୋକେ ରାସ୍ତା ରୋକ କରିଛନ୍ତି। ଯାହାଫଳରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି । ରାସ୍ତା ଦୁଇ ପାର୍ଶ୍ଵରେ ଶତାଧିକ ଗାଡି ଅଟକି ରହିଛି । ତୁମୁଡିବନ୍ଧ ଥାନା ଅଧିକାରୀ ବାବା ଶଙ୍କର ସରାଫ ଏବଂ ଅନ୍ୟ ପୋଲିସ୍ କର୍ମଚାରୀ ପହଁଞ୍ଚି ବୁଝାସୁଝା ଜାରି ରଖିଛନ୍ତି। ତୁମୁଡିବନ୍ଧ ଥାନାରେ କେସ ନଂ  ୫୪/୨୦୨୦ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ପୋଲିସ୍‌ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.