ବାସନ ମାଜୁଥିବା ବେଳେ ଧକ୍କା ଦେଲା କାର୍ , ମହିଳାଙ୍କ ମୃତ୍ୟୁ : କ୍ଷତିପୂରଣ ଦାବିରେ ସ୍ଥାନୀୟଲୋକଙ୍କ ରାସ୍ତାରୋକ

Published By : Prameya-News7 Bureau | July 14, 2020 IST

ପାଟଣା ୧୪।୦୭: ମହିଳାଙ୍କ ଉପରେ ଚଢ଼ିଗଲା କାର, କ୍ଷତିପୂରଣ ଓ ବାଇପାସ୍ ଦାବିରେ ରାସ୍ତାରୋକ । କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୨୨୦ନମ୍ୱର ରାଜପଥ ଧାନବେଣୀ ନିକଟରେ ଦୁର୍ଘଟଣା ଘଟି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ହେଉଛନ୍ତି କମଳା ମହାନ୍ତ।

{"id":300115,"sizeSlug":"large"}

ସୂଚନାଯୋଗ୍ୟ ଯେ, ଆଜି ସକାଳ ସମୟରେ  ଘର ସମ୍ମୁଖରେ  ବସି  ବାସନ ମାଜୁଥିବା ବେଳେ କରଞ୍ଜିଆ ପଟୁ ପାଟଣା ଆଡ଼କୁ ଯାଉଥିବା ଏକ କାର ମହିଳାଙ୍କ ଉପରେ ଚଢ଼ିଯିବାରୁ ଘଟଣା ସ୍ଥଳରେ ହିଁ ମହିଳାଙ୍କ ମୃତ୍ୟୁ ଘଟିଛି । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନଥିବାରୁ ଉତ୍ତେଜନା ଦେଖାଦେଇଛି ।  

{"id":300116,"sizeSlug":"large"}

କ୍ଷତିପୂରଣ ଓ ବାଇପାସ ଦାବିରେ ୨୨୦ନମ୍ବର ରାଜପଥ ଧାନବେଣୀ ନିକଟରେ ଉତ୍ୟକ୍ତ ଲୋକେ  ରାସ୍ତାରୋକ କରିଛନ୍ତି ।  ଦୁର୍ଘଟଣା ଘଟାଇ ଗାଡି ଘଟଣାସ୍ଥଳରୁ ଫେରାର ହେଇଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.