ରାସ୍ତାକଡରେ ଶୋଇଥିବା ଲୋକଙ୍କ ଉପରେ ଚଢ଼ିଗଲା ଟ୍ରକ୍, ୫ ମୃତ ୨ ଗୁରୁତର
8/07/2020 at 11:00 AM

ଆଗ୍ରା ୦୮/୦୭ : ତାଜ ନଗରୀ ଆଗ୍ରା ସିକନ୍ଦରା ଅଞ୍ଚଳରେ ଜାତୀୟ ରାଜପଥ-୨ରେ ରାସ୍ତାକଡରେ ଶୋଇଥିବା ଲୋକଙ୍କ ଉପରେ ଏକ ଟ୍ରକ ମାଡ଼ିଗଲା | ଟ୍ରକଟି ନିୟନ୍ତ୍ରଣ ହରାଇ ଲୋକଙ୍କ ଉପରେ ଚଢି ଯାଇଥିଲା | ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି | ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ଦୁର୍ଘଟଣା ମଙ୍ଗଳବାର ବିଳମ୍ବିତ ରାତିରେ ଘଟିଛି | ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ଟ୍ରକ ଡ୍ରାଇଭରକୁ ଅଟକ ରଖିଛି | ଟ୍ରକକୁ ମଧ୍ୟ ଜବତ କରି ଘଟଣାର ତଦନ୍ତ କରୁଛି ପୋଲିସ | ମୃତଦେହଗୁଡିକୁ ବ୍ୟବଚ୍ଛେଦ ପାଇଁ ପଠାଇଛି |
ମଙ୍ଗଳବାର ରାତି ପ୍ରାୟ ୨ଟା ସମୟରେ ଦୁର୍ଘଟଣା ଘଟିଛି | ୨ ନମ୍ବର ଜାତୀୟ ରାଜପଥ ରାସ୍ତାକଡରେ କବାଡି ବିକ୍ରି କରୁଥିବା ୭ଜଣ ଶୋଇଥିଲେ | କାନପୁର ପଟୁ ଆସୁଥିବା ଏକ ଟ୍ରକ ନିୟନ୍ତ୍ରଣ ହରାଇ ସେମାନଙ୍କ ଉପରକୁ ଚଢି ଯାଇଥିଲା |