୨ଟି ଅଟୋ ଉପରେ ଚଢିଗଲା ଟ୍ରକ , ୮ଜଣଙ୍କ ମୃତ୍ୟୁ : ଧାର୍ମିକ ଉତ୍ସବରୁ ଫେରିବା ବେଳେ ଅଘଟଣ

Published By : Prameya-News7 Bureau | June 15, 2020 IST

ଗୟା ୧୫।୦୬: ବିହାର ଗୟା ଜିଲ୍ଲାର ଆମସ ଥାନା ଅଞ୍ଚଳରେ ଥିବା ଜେଟି ରୋଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ସୋମବାର ଦିନ ଦ୍ରୁତ ଗତିରେ ଆସୁଥିବା ଟ୍ରକ ଦୁଇଟି ଅଟୋକୁ ଧକ୍କା ଦେଇଛି ।  ଦୁର୍ଘଟଣାରେ ୮ଜଣଙ୍କ ମୃତ୍ୟୁ ହୋଇଯାଇଛି ।  ଘଟଣାସ୍ଥଳରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି  । ସେହିପରେ ଦୁର୍ଘଟଣାରେ ୧୦ରୁ ଅଧିକ ଲୋକ ଗୁରୁତର ଥିବା ଜଣାପଡିଛି । ସମସ୍ତ ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ୨ଟି ଅଟୋରେ ୨୦ରୁ ଅଧିକ ଲୋକ ଥିବା ଜଣାପଡିଛି ।

wp:html /wp:html

ସୂଚନାଯୋଗ୍ୟ ଯେ, ମୃତାହତ ଲୋକଙ୍କ ମଧ୍ୟରେ ଗୟା ଜିଲ୍ଲା ରେଗାନିଆ ଗାଁର ବାସିନ୍ଦା ରହିଥିଲେ । ସମସ୍ତ ଲୋକ ୨ଟି ଅଟୋ କରି ଔରଙ୍ଗାବାଦ ନିକଟରେ ଥିବା ଦେବ ଗାଁରେ ତିଲକ ସମାରୋହରେ ସାମିଲ ହେବା ପାଉଁ ଯାଇଥିଲେ । ସେଠାରୁ ଫେରିବା ସମୟରେ ରାସ୍ତାରେ ଟ୍ରକଟି ଏହି ୨ଟି ଅଟୋକୁ ଧକ୍କା ଦେଇଥିଲା । ଟ୍ରକଟି ଖୁବ୍‌ଜୋରରେ ଧକ୍କା ଦେବାରୁ ଅଟୋ ଗୁଡିକ ଭାଙ୍ଗିରୁଜି ଯାଇଥିଲା ।  ତେବେ ଦୁର୍ଘଟଣାର ଖବର ପାଇ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ , ପରେ ପୋଲିସ ଓ ସ୍ଥାନୀୟ ପ୍ରଶାସନ ପହଞ୍ଚ ଉଦ୍ଧାର କରିଥିଲେ । କେତେ ଲୋକଙ୍କ ସ୍ଥିତି ବହୁତ ଗମ୍ଭୀର ରହିଥିବା ଜଣାପଡିଛି ।  ଆହତଙ୍କୁ ଚିକିତ୍ସା ଲାଗି ପ୍ରଥମେ ଗୟା ଜିଲ୍ଲା ଆମସ ଓ ଔରଙ୍ଗାବାଦ ଜିଲ୍ଲାର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଦୁଇଟି ମେଡିକାଲରେ ଚିକିତ୍ସିତ ହେଉଥିବା ଲୋକଙ୍କ ମଧ୍ୟରୁ ମଗଧ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.