ସ୍କୁଟି ଉପରେ ଚଢ଼ିଗଲା ଆଇରନ ବୋଝେଇ ଟ୍ରକ, ଜଣେ ଗୁରୁତର

Published By : Prameya-News7 Bureau | April 16, 2021 IST

ପାଟଣା ୧୬।୦୪: ସ୍କୁଟି ଉପରେ ଚଢିଗଲା ଆଇରନ  ବୋଝେଇ ଟ୍ରକ। ଗୁରୁତର ଅବସ୍ଥାରେ ସ୍କୁଟି ଆରୋହୀ ମେଡିକାଲରେ ଭର୍ତ୍ତି। କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଝାରବେଡା ଛକ ନିକଟରେ ଗୁରୁବାର ମଧ୍ୟାହ୍ନରେ ଏହି ଘଟଣା ଘଟିଛି। ଏକ ଆଇରନ୍ ବୋଝେଇ ଟ୍ରକ କେନ୍ଦୁଝର ପଟୁ ଯଶିପୁର ଆଡ଼କୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ସ୍କୁଟି ଉପରେ ଚଢ଼ି ଯାଇଥିଲା ଫଳରେ ସ୍କୁଟି ଆରୋହି ଗୁରୁତର ହୋଇଥିଲେ। ଆରୋହୀ ହେଲେ ବାରିଆ ଥାନା ଭୁଇଁପୁର ଗ୍ରାମର ଜଗନ୍ନାଥ ମହାନ୍ତ। ତୁରୁମୁଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ବାଇକ ଆରୋହୀଙ୍କୁ ୧୦୮ ସହାୟତାରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦୁର୍ଘଟଣା ଗ୍ରସ୍ତ ଦୁଇଟି ଗାଡିକୁ ଜବତ କରି ତଦନ୍ତ ଚଲାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.