Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ଦିବଙ୍ଗତ ଅଭିନେତା ବିଜୟ ମହାନ୍ତିଙ୍କ ମାଆ
  • ||
  • ଭୁବନେଶ୍ୱରରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ କୋଭିସିଲ୍ଡ ଟିକା, ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯିବ
  • ||
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ଟ୍ରକ ପଛରୁ ଧକ୍କା ଦେଲା କଣ୍ଟେନର, ୩ ଗୁରୁତର: ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

1/11/2020 at 5:26 PM

ସୋର୧/୧୧:  ଟ୍ରକ ପଛରୁ ଧକ୍କା ଦେଲା କଣ୍ଟେନର। ଏହି ଦୁର୍ଘଟଣାରେ ୩ ଗୁରୁତର। ମିଳିଥିବା ସୂଚନା ଅନୁସାରେ, ବାଲେଶ୍ବର ଜିଲ୍ଲା ସୋର ୧୬ନଂ ଜାତୀୟ ରାଜପଥ କଲେଜ ଛକ ଜଗନ୍ନାଥ ଢାବା ନିକଟରେ ଏହି ଦୁର୍ଘଟଣା ଘଟିଛି।କୋଲକାତାରୁ ଭୁବନେଶ୍ବର ଅଭିମୁଖେ ଯାଉଥିବା ଏକ ମାଲ ବୋଝେଇ ଟ୍ରକ ଯାନ୍ତ୍ରିକ ତୃଟି ଯୋଗୁଁ ରାସ୍ତା ଉପରେ ଠିଆ ହୋଇଥିଲା। ଏହି ସମୟରେ ଏକ କଣ୍ଟେନର ଦ୍ରୁତଗତିରେ ଆସି ଟ୍ରକ ପଛରୁ ଧକ୍କା ଦେଇଥିଲା

ଫଳରେ ଟ୍ରକ ପଛରେ ଠିଆ ହୋଇ ତୃଟି ଯାଞ୍ଚ କରୁଥିବା ଟ୍ରକ ଡ୍ରାଇଭର୍ ଟ୍ରକ ମଝିରେ ଫସି ରହିଥିଲେ। ଘଟଣାସ୍ଥଳରେ ସୋର ପୋଲିସ୍ ପହଞ୍ଚି, ଗୁରୁତରଙ୍କୁ ଉଦ୍ଧାର କରି ସୋର ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।ପରବର୍ତ୍ତୀ ସମୟରେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ବର ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

ମିଳିଥିବା ସୂଚନା ଅନୁସାରେ ଗୁରୁତର ଡ୍ରାଇଭର ହେଲେ  ଆନ୍ଧ୍ର ପ୍ରଦେଶ ରାଜ୍ୟର ୱେଷ୍ଟ ଗୋଦାବରୀ ଅଞ୍ଚଳର ସତ୍ୟନାରାୟଣ ଏମ ରାମାନାଇଡୁ। କଣ୍ଟେନରରେ ଥିବା ହେଲ୍‌ପର ବିହାର ଗୟା ଅଞ୍ଚଳର ଓମ୍ ପ୍ରକାଶ ଓ ଡ୍ରାଇଭର୍ ବଜରଙ୍ଗି ସିଂ ଆହାତ ହୋଇଥିବା ଜଣାପଡିଛି ।

   Related Posts